ଟେନସନ ସାଜିଛି ‘ଇ ଟୋକନ୍’

ଭୁବନେଶ୍ୱର: ଜୁଲାଇ ପହିଲାରୁ ଆରମ୍ଭ ହୋଇଛି ଅଫଲାଇନ ମଦ ବିକ୍ରି । ଗ୍ରାହକମାନେ କାଉଂଟର ସାମ୍ନାରୁ ମଦ କିଣୁଛନ୍ତି ,କିନ୍ତୁ ଏଥିରେ ପ୍ରତିବନ୍ଧକ ସାଜିଛି ‘ଇ ଟୋକନ୍’ । ମଦ କାଉଂଟର ସାମ୍ନାରୁ ଭିଡ କମାଇବା ଲକ୍ଷରେ ଇ-ଟୋକନ୍ ର ବ୍ୟବସ୍ଥା କରାଯାଇଛି । ପାନୀୟ ନିଗମ ୱେବସାଇଟ୍ରେ ଦୋକାନ ଖାଲିରହୁଥିବା ସମୟରେ ସ୍ଳଟ ବୁକିଂ କରିହେବ । ପ୍ରତି ସ୍ଳଟରେ ବୁକିଂ ହୋଇଥିବା ୧୦ ଜଣ ଗ୍ରାହକ ଏକାବେଳକେ ସାମାଜିକ ଦୂରତା ମାନି ମଦ କଣିବାକୁ ଅନୁମତି ମିଳିଛି । ଅନେକ ଏହି ସିଷ୍ଟମ ବୁଝିନଥିବାରୁ ଗ୍ରାହକ ଓ ମଦ ଦୋକାନ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖା ଯାଉଛି ।

Leave A Reply

Your email address will not be published.

ten + two =