ଜଗତସିଂହପୁର: ହୃଦ୍ଘାତରେ ସ୍ୱାମୀଙ୍କ ମୃତ୍ୟୁ ହେବାପରେ , ଦୁଃଖରେ ମ୍ରିୟମାଣ ହୋଇ ପତ୍ନି ପିନ୍ଧା ଲୁଗାକୁ ବେକରେ ଭିଡି ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଳା ଡାକ୍ତରଖାନାସ୍ଥିତ ଆଇସୋଲେସନ୍ କେନ୍ଦ୍ରରେ । ମୃତ ଦମ୍ପତି ହେଉଛନ୍ତି ଏରସମା ବ୍ଲକ ପଲ୍ଲୀକଂଟା ପଂଚାୟତ କଟିଜଙ୍ଗା ଗ୍ରାମର ନିର୍ଲିପ୍ତ ଭୋଳ ଓ ସୁଭଦ୍ରା ସ୍ୱାଇଁ । ସ୍ୱାମୀଙ୍କ ମୃତ୍ୟୁର ପ୍ରାୟ ଦୁଇ ଘଂଟା ଭିତରେ ଜୀବନ ହାରିଦେଇଥିଲେ ପତ୍ନି । ଆଇସୋଲେସନ୍ କେନ୍ଦ୍ରରେ ମହିଳାଙ୍କ ଆତ୍ମହତ୍ୟା ଖବରକୁ ନେଇ ଜିଲ୍ଲା ପ୍ରସାସନ ଚିନ୍ତାରେ ପଡିଯାଇଛି ।