ପାଣିରେ ବୁଡି ଯୁବକର ମୃତ୍ୟୁ

ବାରିପଦା: ପାଖ ବନ୍ଧକୁ ଗାଧେଇବା ପାଇଁ ଯାଇ ପାଣିରେ ବୁଡି ଜଣେ ଯୁବକ ମୃତ । ଏ ଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ । ମୃତକ ଜଣଙ୍କ ହେଲେ ସେହି ଗ୍ରାମର ବାବୁଲି ବିନ୍ଧାଣିଙ୍କ ପୁଅ ଭବେନ୍ଦ୍ର ବିନ୍ଧାଣି । ସୂଚନାନୁଯାୟୀ ବୁଧବାର ଭବେନ୍ଦ୍ର ଗାଁ ପାଖ ବନ୍ଧକୁ ଗାଧେଇବା ପାଇଁ ଯାଇଥିବା ବେଳେ ଗୋଡ଼ ଖସି ଯିବା ଯୋଗୁଁ ପାଣି ଭିତରକୁ ପଶି ଯାଇଥିଲେ । ବହୁ ସମୟ ଧରି ଭବେନ୍ଦ୍ର ଘରକୁ ନ ଆସିବାରୁ ପରିବାର ଲୋକେ ବନ୍ଧ ନିକଟରେ ଖୋଜାଖୋଜି କରିଥିଲେ । ନଦୀ ତୁଠରେ ସାବୁନ, ତେଲ ଗାମୁଛା ପଡିରହିଥିବା ବେଳେ ଭବେନ୍ଦ୍ରଙ୍କୁ ପାଇ ନଥିଲେ ତେବେ ଭବେନ୍ଦ୍ର ବନ୍ଧରେ ବୁଡି ଯାଇଥିବା ସନେ୍ଦହ କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ରାସଗୋବିନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଚିଂ ପାଣି ଭିତରୁ ଯୁବକଙ୍କୁ ମୃତ ଦେହ ଉଦ୍ଧାର କରିଥିଲେ । ଅନ୍ୟପକ୍ଷରେ ରାସଗୋବିନ୍ଦପୁର ଥାନା ପୋଲିସ ଘଟଣାସ୍ଥଳରେ ପହଚିଂ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

twenty + 5 =