ଚାରିଦିନିଆ କଟକ ସଟଡାଉନ

କଟକ-କଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇଥିବାରୁ ୪ ଦିନ ସଟଡାଉନ ଘୋଷଣା କରାଯାଇଛି । ଆଜିଠାରୁ ଜୁଲାଇ ୮ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ସଟଡାଉନ କରାଯିବ ବୋଲି କଟକ ମହାନଗର ନିଗମ ଘୋଷଣା କରିଛି । ସଟଡାଉନ ସମୟରେ ଅତ୍ୟାବଶ୍ୟକ ପରିବହନ ବ୍ୟତିତ ଅନ୍ୟ କୌଣସି ପରିବହନକୁ ଅନୁମତି ମିଳିବ ନାହିଁ । ଗ୍ରୋସରୀ, ପରିବା, କ୍ଷୀର ଦୋକାନ ଖୋଲିବାକୁ ସର୍ତମୂଳକ ଅନୁମତି ପ୍ରଦାନ କରାଯାଇଛି । ସକାଳ ୫ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସମାଗ୍ରୀ ଦୋକାନ ଖୋଲାରହିବ । ପୂର୍ବପରି ଅନଲାଇନ ଡେଲିଭରି ଚାଲୁ ରହିବ । କଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ରେ ପଂହଚିଥିବା ବେଳେ ୨୨ ଜଣ ସୁସ୍ଥ ହୋଇଛନ୍ତି । ୯୨ ଚିକିତ୍ସାଧୀନ ଅଛନ୍ତି । ବର୍ତମାନ ସୁଦ୍ଧା ୨ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.

16 − 10 =