ଜାତିସଂଘର ନୀତି ଅଧିକାରୀ ଓଡିଆ ଝିଅ

ଭୁବନେଶ୍ୱର- ଓଡିଶା ପାଇଁ ଗୌରବ ଆଣିଛନ୍ତି ଓଡିଆ ଝିଅ ବୈଶାଳୀ ମହାନ୍ତି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଟପର ହୋଇଥିବା ବୈଶାଳୀ ଏବେ ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତି ହୋଇଛନ୍ତି । ଚଳିତ ମାସ ୧ ତାରିଖରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ୨୦୧୬ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଇଂଟେରନ୍ୟାସନାଲ ଷ୍ଟଡିଜରେ ମାଷ୍ଟା ଡିଗ୍ରୀ ପରେ ସେ ୟୁନାଇଟେଡ ନେସନରେ ଇଂଟରନାସନାଲ ସିଭିଲ ସର୍ଭିସରେ ଯୋଗ ଦେବା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଥିଲେ । ୨୦୧୮ରେ ୟୁଏନ ମିଶନରେ ଓଆଇଏମ ଅଧିକାରୀ ଭାବେ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପାଇଁ କାମ କରିଥିଲେ । ସେ ପୁରୀରେ ଜନ୍ମ ଗ୍ରହଣ କରିଥିଲେ । ବୈଶାଳୀ ପୁରୀରେ ସ୍କୁଲ ଶିକ୍ଷା ଶେଷ କରିବାପରେ ଭୁବନେଶ୍ୱର ଓ ପରେ ଦିଲ୍ଲୀର ଲେଡି ଶ୍ରୀରାମ କଲେଜରେ ସ୍ନାତକ ଶିକ୍ଷା ଶେଷ କରିଥିଲେ ।

Leave A Reply

Your email address will not be published.

nine − eight =