ତ୍ରିପୁରା: ଅନଲାଇନ୍ ଅଧ୍ୟୟନ ପାଇଁ ଝିଅକୁ ସ୍ମାର୍ଟଫୋନ୍ ଦେବାରେ ବିଫଳ ହେବାରୁ ଆତ୍ମହତ୍ୟା କରିଛନ୍ତି ଜଣେ ଅସହାୟ ବାପା । ଦିନ ମଜୁରିଆ ଭାବେ କାମ କରୁଥିବା ସୁକୁମାର ଭୋକିମ ନାମକ ଜଣେ ବ୍ୟକ୍ତି ପଶ୍ଚିମ ତ୍ରିପୁରାରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସିପାହିଜଲା ଜିଲ୍ଲା ପୋଲିସ୍ ମୁଖ୍ୟ କୃଷ୍ଣେନ୍ଦ୍ର ଚକ୍ରବର୍ତି କହିଛନ୍ତି ଯେ ସୁକୁମାର ନିଜ ୧୫ବର୍ଷ ବୟଷ୍କା ଝିଅକୁ ସ୍ମାର୍ଟଫୋନ୍ ଦେବା ବଦଳରେ ଏକ ସରଳ ମୋବାଇଲ୍ ଫୋନ୍ କିଣିଦେଇଥିଲେ । ଏହାକୁ ଗ୍ରହଣ କରିବାକୁ ଝିଅ ରାଜି ହୋଇନଥିଲା । ଅନଲାଇନ୍ କୋଚିଂ ପାଇଁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ର ଆବଶ୍ୟକତା ରହିଛି ବୋଲି ପତ୍ନୀ , ଝିଅ ସୁକୁମାର କୁ ତାଗିଦ କରିଥିଲେ । ସୁକୁମାର ପତ୍ନି , ଝିଅ କୁ ପାଖରେ ଟଙ୍କା ନାହିଁ ମହଙ୍ଗା ଫୋନ୍ କିଣିପାରିବିନି ବୋଲି କହିବାରୁ ଝିଅ ରାଗରେ ସାଧା ଫୋନ୍ କୁ ତଳେ ପକାଇ ଭାଙ୍ଗିଦେଇଥିଲା । କରୋନା ପାଇଁ ମଜୁରି କାମ ବନ୍ଦ ଥିବାବେଳେ ପତ୍ନୀ , ଝିଅର ନିର୍ଯ୍ୟତନା ସହିନପାରି ସୁକୁମାର ଆତ୍ମହତ୍ୟା କରିଛି ବୋଲି ଥାନା ଅଧିକାରୀ କହିଛନ୍ତି ।