ଭୁବନେଶ୍ୱର- ଜୁନ ୬ରୁ ଖୋଲିବ ଖଣ୍ଡଗିରି ଓ ଉଦୟଗିରି ଗୁମ୍ପା । ଏ ନେଇ ଏଏସଆଇ ନିଷ୍ପତି ନେଇଛନ୍ତି । ଏତଦ୍ ବ୍ୟତିତ ୬ ତରିଖରୁ ରାଜାରାଣୀ ମନ୍ତିର, ବାରବାଟୀ ଦୁର୍ଗ, ଲଳିତଗିରି, ରତ୍ନଗିରି, ଝରିଆଲ ଚଉଷଠି ଯୋଗିନୀ ମନ୍ଦିର, ଅସୁରଗଡ ଦୁର୍ଗ ଓ ଧଉଳି ଅଶୋକ ଶିଳାଲେଖା ଖୋଲିବାକୁ ନିଷ୍ପତି ନିଆଯାଇଛି । କରୋନା ସଂକ୍ରମଣ ପାଇଁ ଦୀର୍ଘ ଦିନ ଧରି ଦର୍ଶନୀୟ ସ୍ଥାନ ଗୁଡିକ ବନ୍ଦ ରହିଥିଲା ।