ନେପାଳର ରାଜନୀତିରେ ସଂଙ୍କଟ

କାଠମାଣ୍ଡ: ନେପାଳର ରାଜନୀତିରେ ସଂଙ୍କଟ ଆହୁରି ଗମ୍ଭୀର ହେଉଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବାକୁ ମନା କରିବାରୁ ନେପାଳରେ କମ୍ୟୁନିଷ୍ଟ ପାର୍ଟିରେ ବିଭାଜନ ବଢୁଥିବା ଦେଖିବାକୁ ମିଳିଛି । ବର୍ତମାନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଦୁହେଁ ନେପାଳ କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି । ପ୍ରଚଣ୍ଡଙ୍କ ଗୋଷ୍ଟି ଚାହାନ୍ତି ଯେ , କେପି ଶର୍ମା କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦିଅନ୍ତୁ ଓ ପାର୍ଟିକୁ ନିଜ ଭାବରେ ଚାଲିବାକୁ ଦିଅନ୍ତୁ । କେପି ଇସ୍ତଫା ଦେବାକୁ ସ୍ପଷ୍ଟ ମନାକରିଦେବା ପରେ ‘ ଏକ ବ୍ୟକ୍ତି ଏକ ପଦ’ ପ୍ରଣାଳୀର ପାଳନ କରିବା ପାଇଁ ଯୋର ଦିଆଯାଉଛି ।

Leave A Reply

Your email address will not be published.

1 × 1 =