ବିଶ୍ୱର ପ୍ରଥମ ସୁନାର ହେଟେଲ୍ ଖୋଲିଲା : ଏଠାରେ ରହିବା ପାଇଁ ଦେବାକୁ ପଡିବ ଏତିକି ଟଙ୍କା

ହାନୋଇ: ଭିୟେତନାମର ରାଜଧାନୀ ହାନୋଇରେ ଖୋଲିଛି ବିଶ୍ୱର ପ୍ରଥମ ସୁନାର ହେଟେଲ୍ । ଏଠାରେ କବାଟ, କପ୍, ଟେବୁଲ୍, ଝରକା, କଳ, ୱାଶ୍ରୁମ୍, ଖାଇା ବାସନ ସବୁ କିଛି ସୁନାର । ତେବେ ଜୁଲାଇ ୨ ତାରିଖ ଅର୍ଥାତ ଗୁରୁବାର ଠାରୁ ଏହି ହୋଟେଲର ଶୁଭାରମ୍ଭ ହୋଇ ଯାଇଛି । ଏହି ହେଟେଲର ନାଁ ଡୋଲସେ ହାନୋଇ ଗୋଲଡେନ୍ ଲେକ୍ । ଏହି ହୋଟେଲରେ ଗେଟ୍ ଠୁ ଆରମ୍ଭ କରି କଫି କପ୍ ଇତ୍ୟାଦି ସୁନାରେ ପ୍ରସ୍ତୁତ ହୋଇଛି । ଏହା ୨୫ ମହଲା ବିଶିଷ୍ଟ ଏକ ଫାଇଭ୍ ଷ୍ଟାର ହୋଟେଲ୍ ।

ଏହି ହୋଟେଲରେ ୪୦୦ଟି ରୁମ୍ ରହିଥିବା ବେଳେ ହେଟେଲର ବାହାର ପଟ କାନ୍ଥରେ ପାଖାପାଖି ୫୪ ହଜାର ବର୍ଗଫୁଟ ଗୋଲ୍ଡ ପ୍ଲେଟେଡ ଟାଇଲ୍ ଲଗାଯାଇଛି । ସେହିପରି ହେଟେଲର ଷ୍ଟାଫ୍ଙ୍କ ଡ୍ରେସ କୋଡ ରେଡ ଏବଂ ଗୋଲ୍ଡେନ୍ ରଖାଯାଇଛି । ଲବିରେ ଫର୍ଣ୍ଣିଚର ଏବଂ ସାଜ-ସଜ୍ଜାରେ ମଧ୍ୟ ସୁନାର କାରୁକାର୍ଯ୍ୟ କରାଯାଇଛି । ୱାଶ୍ରୁମରେ ବାଥଟବ୍, ସିଙ୍କ, ଶାୱାର୍ ଠୁ ଆରମ୍ଭ କରି ସମସ୍ତ ଆକ୍ସେସରିଜ ଗୋଲ୍ଡେନ୍ ରହିଛି । ବେଡରୁମରେ ମଧ୍ୟ ଫର୍ଣ୍ଣିଚରା ଏବଂ ସବୁ ଜିନିଷରେ ଗୋଲ୍ଡ ପ୍ଲେଟିଂ କରାଯାଇଛି । ଛାତରେ ଇନଫିନିଟି ପୋଲ ନିର୍ମାଣ କରାଯାଇଛି ଯେଉଁଠାରୁ ହାନୋଇ ସହରର ସୁନ୍ଦର ଦୃଶ୍ୟ ଦେଖାଯାଏ । ସେହିଭଳି ଏଠାକାର କାନ୍ଥରେ ମଧ୍ୟ ଗୋଲ୍ଡ ପ୍ଳେଟେଡ ଇଟା ଲାଗିଛି । ପ୍ରଥମ ଦିନ ଅତିଥିମାନେ ଏଥିରେ ନିଜ ରୁଚି ଦେଖାଇଥିଲେ । ଏଠାକାର କାନ୍ଥ ଏବଂ ଶାୱାର ମଧ୍ୟ ଗୋଲ୍ଡ ପ୍ଲେଟେଡ । ଏଠାରେ ଅନେକ ଲୋକ ଫଟୋ ଉଠାଇଥିଲେ । ଏହି ହୋଟେଲର ନିର୍ମାଣ ୨୦୦୯ ମସିହାରେ ଆରମ୍ଭ ହୋଇଥିଲା । ହୋଟେଲର ଉପର ମହଲାରେ ଫ୍ଲାଟସ୍ ମଧ୍ୟ ନିର୍ମାଣ କରାଯାଇଛି । ଯଦି କାହାକୁ ନିଜ ପାଇଁ ଫ୍ଲାଟସ୍ ନେବାର ଥିବ ତେବେ ନେଇ ପାରିବେ । ଏହି ହୋଟେଳକୁ ଦକ୍ଷିଣ-ପୂର୍ବ ଏସିଆର ସବୁଠୁ ଲକ୍ସରି ହୋଟେଲ୍ ବୋଲି ନାମିତ କରାଯାଇଛି । ଏହାକୁ ହୋଆ ବିନ ଗ୍ରୁପ୍ ଆଣ୍ଡ ୱିନଧମ୍ ଗ୍ରୁପ୍ ମିଶି ନିର୍ମାଣ କରିଛନ୍ତି ।

ଏମାନେ ୨ଜଣ ମିଶି ୨ସୁପର ୬ଷ୍ଟାର ହୋଟେଲ ମ୍ୟାନେଜ କରୁଛନ୍ତି । ଏପରି କୁହାଯାଏ ଯେ ସୁନା ଆପଣଙ୍କ ମାନସିକ ଆଶାନ୍ତିକୁ କମ୍ କରିବାରେ ସାହାର୍ଯ୍ୟ କରିଥାଏ । ଏଥିପାଇଁ ହେଟେଲ୍ ମ୍ୟାନେଜମେଂଟ ସୁନାର ପ୍ଲେଟିଂ ର ଅତ୍ୟାଧିକ ଉପଯୋଗ କରିଛନ୍ତି । ଡବଲ୍ ବେଡରୁମ ସୁଇଟରେ ଗୋଟିଏ ରାତି ରହିବାର ଭଡା ପାଖାପାଖି ୭୫ ହଜାର ଟଙ୍କା ରହିଥିବା ବେଳେ ହୋଟେଲ ରୁମର ପ୍ରାରମ୍ଭିକ ଭଡା ପାଖାପାଖି ୨୦ ହଜାର ଟଙ୍କା ରହିଛି । ଏଠାରେ ୬ ପ୍ରକାରର ରୁମ୍ ରହିଛି । ସେହିଭଳି ପ୍ରେସିଡେନ୍ସିଆଲ୍ ସୁଇଟର ମୂଲ୍ୟ ଗୋଟିଏ ରାତିକୁ ୪.୮୫ ଲକ୍ଷ ଟଙ୍କା ରହିଛି । ଏଠାରେ ଏକ ଗେମିଂ କ୍ଲବ ମଧ୍ୟ ରହିଛି ଯାହା ୨୪ ଘଂଟା ଖୋଲା ରହିଥାଏ । କାସିନୋ ଏବଂ ପୋକର ଭଳି ଗେମ୍ ରହିଛି । ଯେଉଁଠାରେ ଆପଣ ଜିତିବା ପରେ ଟଙ୍କା ବି ରୋଜଗାର କରି ପାରିବେ ।

Leave A Reply

Your email address will not be published.

fifteen − 12 =