ଗଲୱାନ ଉପତ୍ୟାକାରେ ଭାରତ-ଚୀନ ବିବାଦ ଉପରେ ସିନେମା କରିବେ ଅଜୟ ଦେବଗନ

ମୁମ୍ବାଇ: ଦେଶର ରାଜନୀତି ଏବଂ ବଲିଉଡରେ ଗଭୀର ସମ୍ପର୍କ ଦେଖିବାକୁ ମିଳିଥାଏ । ରାଜନୀତି ଯଦି କୌଣସି ବଡ ଧରଣର ଉଥାନ-ପତନ ହୋଇଥାଏ ତେବେ ବଲିଉଡକୁ ସେଥିରେ ଫିଲ୍ମ ନିର୍ମାଣ କରିବାକୁ ବେଶୀ ସମୟ ଲାଗିନଥାଏ । ସେହିପରି ଦେଶରେ ବି ଯଦି କୌଣସି ବଡ ଧରଣର ଘଟଣା ଘଟିଥାଏ ତେବେ ତାହା ଉପରେ ଶୀଘ୍ର ଫିଲ୍ମ ନିର୍ମାଣ ହୋଇ ଯାଇଥାଏ । ଏବେ କିନ୍ତୁ ଶୁଣିବାକୁ ମିଳୁଛି ଯେ ଅଭିନେତା ଅଜୟ ଦେବଗନ୍ ଗଳୱାନ୍ ଘାଟିରେ ଶହୀଦ ହୋଇଥିବା ଶୌର୍ଯ୍ୟ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଫିଲ୍ମ କ୍ରିଟିକ୍ ତରଣ ଆଦର୍ଶ ସୋସିଆଲ ମିଡିଆରେ ଏହି କଥା ଘୋଷଣା କରିଛନ୍ତି ଯେ ଅଜୟ ଦେବଗନ ଗଲୱାନ ଘାଟିରେ ହୋଇଥିବା ଏହି ଘଟଣା ଉପରେ ନିର୍ମାଣ କରିବାକୁ ବିଚାର କରୁଛନ୍ତି । ସେ ଟ୍ୱିଟ୍ କରିଛନ୍ତି-ଅଜୟ ଦେବଗନ ଗଲୱାନ ଘାଟିରେ ହୋଇଥିବା ଗୁଳିମାଡ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଫିଲ୍ମଟିର ଟାଇଟଲ୍ ଏବେ ଯାଏଁ ଫାଇନାଲ୍ ହୋଇନାହିଁ । ଫିଲ୍ମରେ ସେହି ସୈନିକଙ୍କ କାହାଣୀ ଦେଖାଯିବ ଯେଉଁମାନେ ଚୀନର ଆର୍ମିଙ୍କ ସହ ମୁକାବିଲା କରିଥିଲେ । ଫିଲ୍ମ ର କାଷ୍ଟ ମଧ୍ୟ ଏବେ ଯାଏଁ ଚିନ୍ତା କରାଯାଇନାହିଁ । ଏବେ ଅଜୟ ଦେବଗନଙ୍କ ଗଲୱାନ ଘାଟିରେ ଘାଟିରେ ଫିଲ୍ମ କରିବା କୌଣସି ନୂଆ କଥା ନୁହେଁ କାରଣ ସେ ଏରି ଅନେକ ଫିଲ୍ମ ନିର୍ମଣ କରିଛନ୍ତି ଯାହା ସତ୍ୟ ଘଟଣା ଉପରେ ଆଧାରିତ ଏବଂ ଯେଉଁଥିରେ ରାଷ୍ଟ୍ରଭକ୍ତି କୁ ଭିନ୍ନ କରି ଦେଖାଯାଇଥାଏ । ଏହା ପୂର୍ବରୁ ପାକିସ୍ତାନ ବିରୋଧରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ମଧ୍ୟ ଫିଲ୍ମ ନିର୍ମାଣ କରାଯାଇଥିଲା । ଫିଲ୍ମଟିର ନା ଥିଲା ଉରି -ଦି –ସର୍ଜିକାଲ ଷ୍ଟ୍ରାଇକ୍ । ଏଥିରେ ଅଭିନେତା ଭିକ୍କି କୌଶଲ୍ ନଜର ଆସିଥିଲେ । ଶୁଣିବାକୁ ମିଳିଛି ଯେ ବାଲାକୋଟ ଏୟାରଷ୍ଟ୍ରାଇକ୍ ଉପରେ ମଧ୍ୟ ଫିଲ୍ମ ନିର୍ମାଣ ହେବାର ଅଛି ।

Leave A Reply

Your email address will not be published.

six − 3 =