୪୦ ଲକ୍ଷ ଟପିଲା

ଦେଶରେ ୨୦ ହଜାର ମାମଲା ହେବା ପାଇଁ ୯୦ ଦିନ ଲାଗିଥିବା ବେଳେ ମାତ୍ର ୯୬ ଘଣ୍ଟା‌ରେ ୧୦ ହଜାର ମାମଲା ଚିହ୍ନଟ ହୋଇଛି। ତଥ୍ୟ ଅନୁଯାୟୀ ଭାରତ ଏବେ ବିଶ୍ବରେ ସର୍ବାଧିକ ସଂକ୍ରମଣ ମାମଲା ଥିବା ୨୦ଟି ରାଷ୍ଟ୍ର ମଧ୍ୟରେ ରହିଛି। କରୋନା ଯୋଗୁଁ ଆମେରିକା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଆମେରିକା ପଛକୁ ସ୍ପେନ୍‌, ଇଟାଲି, ବ୍ରିଟେନ୍‌, ରୁଷ୍‌, ଫ୍ରାନ୍ସ, ଜର୍ମାନୀ, ବ୍ରାଜିଲ୍‌ , ତୁର୍କୀ, ଇରାନ୍‌, ଚୀନ୍‌ ଏବଂ କାନାଡ଼ାରେ ପଛକୁ ଭାରତ ରହିଛି। ତେବେ ବିଶ୍ବରେ ୧୪ତମ ରାଷ୍ଟ୍ର ଭାବେ ଭାରତରେ ସଂକ୍ରମଣ ମାମଲା ସର୍ବାଧିକ ରହିଛି। ଆଉ ଅଳ୍ପ କିଛି ଦିନ ମଧ୍ୟରେ ଭାରତ ଚୀନ୍‌କୁ ଟପିଯିବ। ମହାରାଷ୍ଟ୍ର, ଗୁଜରାଟ ଏବଂ ଜାତୀୟ ରାଜଧାନୀ ଦିଲ୍ଲୀ ଏବେ ଭାରତ ପାଇଁ ବଡ଼ ଚିନ୍ତାଜନକ ହୋଇଛି। ତେବେ ଲକ୍‌ଡାଉନ୍‌ କୋହଳ ହେବା ପରେ ଦେଶରେ ସଂକ୍ରମଣ ମାମଲା ବଢ଼ିଥିବାରୁ ଏବେ ଏ ନେଇ ପ୍ରଶ୍ନ ଉଠିଛି। ଆସନ୍ତା ୩-୪ ସପ୍ତାହ ମଧ୍ୟରେ ଭାରତରେ ସଂକ୍ରମଣ ଶିଖର ଛୁଇଁବ ବୋଲି ଏମ୍‌ସ୍‌ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ କହାଯାଇଛି।

Leave A Reply

Your email address will not be published.

two × two =