ବିଡିଓଙ୍କୁ ରାସ୍ତା ପାଇଁ ଘେରିଲେ ଗ୍ରାମବାସୀ

ଠକୁରମୁଣ୍ଡା: ଚମ୍ପାଜର ଗ୍ରାମ ପଂଚାୟତ ଅଫିସ ଠାରୁ ମାତ୍ର ଅଢେଇ କିମି ଦୂରରେ ଅବସ୍ଥିତ ଅସନବଣି ଗାାଁ ପଂଚାୟତ କାର୍ଯ୍ୟାଳୟ ସାମନାରେ ଏହି ଗାଁକୁ ରାସ୍ତା । କିନ୍ତୁ ଏହି ରାସ୍ତାରେ ଚାରିଚକିଆ ଯାନ ଯାଇ ପାରିବନାହିାଁ ଟିକେ ବର୍ଷାହେଲେ ଏହି ରାସ୍ତାରେ ସାଇକେଲ କିମ୍ବା ମୋଟର ସାଇକେଲ ମଧ୍ୟ ଯାଇ ପାରିବନାହିଁ । ଏଠାରେ ଉପସ୍ଥାପନା କରାଯାଉଛି ମୟୂରଭଂଜ ଜିଲ୍ଲା ଅନ୍ତର୍ଗତ ଠାକୁରମୁଣ୍ଡା ବ୍ଲକ୍ର ଚମ୍ପାଝର ପଂଚାୟତ ଅସନବଣି ଗାଁ ର କଥା । ନିକଟରେ ଜଣେ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ଯାଇନ ପାରିବାରୁ ଗାଁ ଲୋକେ ରୋଗୀଙ୍କୁ ଖଟିଆରେ ନେଇ ଅଢେଇ କିମି ଯିବାପରେ ଆମ୍ବୁଲାନ୍ସ ପାଖରେ ପହଂଚାଇବା ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ଅସନବଣି ଗାଁରେ ବାସ କରନ୍ତି ୧୫୦ରୁ ଉଦ୍ଧ୍ୱର୍ ପରିବାର । ଗ୍ରାମବାସୀମାନେ ସରପଂଚ ଓ ବ୍ଲକ୍ କର୍ତୃପକ୍ଷଙ୍କୁ ଏହି ଅଢେଇ କିମି ରାସ୍ତାର ସମସ୍ୟା ସମାଧାନ କରିବାକୁ ବାରମ୍ବାର ଦାବି ଜଣାଇ ଆସୁଥିଲେ । ହେଲେ ସମସ୍ୟାର ସମାଧାନର କୌଣସି ଫଳ ନମିଳିବାରୁ ଗତ କାଲି ୧ ତାରିଖ ଦିନ ଅସନବଣି ଗ୍ରାମବାସୀ ମାନେ ଠାକୁରମୁଣ୍ଡା ବ୍ଲକ୍ ଅଫିସ୍ ଘେରାଓ କରି ବିଡିଓଙ୍କୁ ଏହି ରାସ୍ତା ସମସ୍ୟାର ସମାଧାନ ପାଇଁ ପୁଣି ଦାବି କରିଥିବାର ଜଣାପଡିଛିା ଯଦି ରାସ୍ତା ସମସ୍ୟାର ସମାଧାନ ଶୀଘ୍ର କରାନଯାଏ ତେବେ ଗ୍ରାମବାସୀ ମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତିା

Leave A Reply

Your email address will not be published.

one − 1 =