ସଫାରିରେ ତାଲା, ୪ମାସ ହେଲା ଗଡ଼ୁନି ୫ ସଫାରି ଗାଡ଼ି

ଭୁବନେଶ୍ୱର: ୨୦୧୯ ମାର୍ଚ୍ଚ ମାସରେ ଚନ୍ଦକା-ଡମପଡ଼ା ଜଙ୍ଗଲରେ ଆରମ୍ଭ ହୋଇଥିଲା ‘ଜଙ୍ଗଲ ସଫାରି’ ପର୍ଯ୍ୟଟକଙ୍କୁ ଚନ୍ଦକା ଜଙ୍ଗଲ ସମେତ ଭରତପୁର ସଂରକ୍ଷିତ ଜଙ୍ଗଲ, ଡେରାସ, ଡମପଡ଼ାର ପ୍ରାକୃତିକ ପରିବେଶରେ ବୁଲାଇବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ପ୍ରଥମ ପର୍ଯ୍ୟାୟରେ ଚନ୍ଦକା ଜଙ୍ଗଲର ଗୋଡିବାରି ଓ ଭରତପୁର ସଂରକ୍ଷିତ ଜଙ୍ଗଲ ସଫାରି ଆରମ୍ଭ ହୋଇଥିଲା । ପରବର୍ତୀ ସମୟରେ ଡେରାସ ଓ ଡମପଡ଼ାରେ ସଫାରି ଚଲାଇବାକୁ ବ୍ଲପ୍ରିଂଟ ପ୍ରସ୍ତୁତ କରାଯାଇଥିଲା । ତେବେ ଆରମ୍ଭ ହେବା ଦିନଠାରୁ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ‘ଜଙ୍ଗଲ ସଫାରି’ ପ୍ରଭାବିତ ହେଉଛି । ଆରମ୍ଭ ହେବାର ଦୁଇ ଦିନ ଭିତରେ ବାତ୍ୟା ‘ଫନି’ ଦ୍ୱାରା ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଓ ଭରତପୁର ଜଙ୍ଗଲ ବ୍ୟାପକ କ୍ଷତି ହୋଇଥିଲା । ଯେଉଁଥି ପାଇଁ ୪ରୁ୫ ମାସ ଲାଗି ଜଙ୍ଗଲ ସଫାରିକୁ ବନ୍ଦ କରିବାକୁ ପଡ଼ିଥିଲା । ଆଉ ଏବେ କରୋନା ଦ୍ୱାରା ୪ ମାସ ହେଲା ସଫାରିରେ ତାଲା ପଡ଼ିଛି । କେବେ କରୋନା ସ୍ଥିତି ସୁଧୁରିବ ଓ ‘ଜଙ୍ଗଲ ସଫାରି’ ପୁଣି ଗଡ଼ିବା, ତାହା କେହି କହିପାରୁ ନାହାନ୍ତି । ଜଙ୍ଗଲ ସଫାରି ଆରମ୍ଭ ହେବା ପରେ ପ୍ରଥମେ ପ୍ରଥମେ ପର୍ଯ୍ୟଟକଙ୍କ ଆଗ୍ରାହ ମଧ୍ୟ ଦେଖିବାକୁ ମିଳିଥିଲା । ରାଜଧାନୀ ଉପକଣ୍ଠରେ ଏଭଳି ସୁବିଧା ହୋଇଥିବାରୁ ରାଜ୍ୟ ଭିତର ଓ ବାହାରର ପର୍ଯ୍ୟଟକମାନେ ପରିବାର ଓ ସାଙ୍ଗସାଥୀଙ୍କ ସହ ଗାଡିରେ ବସି ବୁଲିଥିଲେ । ୨୦୧୯ ମେ’ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଆଗମନ ଭଲ ଥିଲା । ହେଲେ ମେ’ରେ ବାତ୍ୟା ଫନି ଦ୍ୱାରା ଜଙ୍ଗଲରେ ବ୍ୟାପକ କ୍ଷତି ହୋଇଥିଲା । ଜୀବଜନ୍ତୁ ବି ବାଟବଣା ହୋଇଯାଇଥିଲେ । ଯେଉଁଥିପାଇଁ ସଫାରିକୁ ବନ୍ଦ କରି ଦିଆଯାଇଥିଲା । ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ସେପ୍ଟେମ୍ବର ମାସ ବେଳକୁ ପୁଣିଥରେ ଆରମ୍ଭ ହୋଇଥିଲା । ୫ ମାସ ଠିକ୍ଠାକ୍ ଚାଲିଛି କି ନାହିଁ, ଗତ ମାର୍ଚ୍ଚଠାରୁ ଆରମ୍ଭ ହୋଇଥିବା କରୋନା କଟକଣା ଯୋଗୁଁ ସଫାରି ବନ୍ଦା ମାର୍ଚ୍ଚ ୧୫ ଠାରୁ ଜଙ୍ଗଲ ଭିତରକୁ ସଫାରି ଗଡ଼ି ନାହିଁ । ଭରତପୁରରେ ଏବେ ହାତୀଙ୍କ ସମେତ ହରିଣ, ବାରହା, ନେଉଳ, ମୟୂର, ବଣ ବିଲେଇ, ଠେକୁଆ ଆଦି ବନ୍ୟପ୍ରାଣୀ ରହିଥିଲେ ମଧ୍ୟ ସେସବୁ ଉପଭୋଗ କରିବାରୁ ପର୍ଯ୍ୟଟକ ବଂଚିତ ହେଉଛନ୍ତି ।

Leave A Reply

Your email address will not be published.

five × 4 =