ସମ୍ବଲପୁର: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ ଗତକାଲି ଜଣେ ପ୍ରଫେସର୍ ଓ ଜଣେ ଆସୋସିଏଟ୍ ପ୍ରଫେସର ଓ ଦୁଇଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଶ୍ୱବିଦ୍ୟାଳୟକୁ ଆଗାମୀ ୧୧ତାରିଖ ଯାଏଁ ବନ୍ଦ ରଖୀବାକୁ ନିଷ୍ପତି ନିଆଯାଇଥିଲା ବେଳେ ଆଜି ବୁର୍ଲା ସହରରେ ଜଣେ ସ୍ଥନୀୟ ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରରେ ବିଭିନ୍ନ ଅଂଚଳରେ ୧୪୪ଧାରା ଜାରୀ କରାଯାଇଛି । ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ୧୪୪ଧାରା ବଳବତର ରହିବ । ଭିସୁଟ୍ରେ ଏବେ ସମୟରେ କେହି ବି କର୍ମଚାରୀ ହେଡକ୍ୱାର୍ଟର ଛାଡି ନଯିବାକୁ ବି ନିର୍ଦେଶ ଦିଆଯାଇଛି । ଯେଉଁମାନେ ଏହି ନିୟମକୁ ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବା ବୋଲି ଭିସୁଟର ରେଜିଷ୍ଟ୍ରାର ଜଣାଇଛନ୍ତି । ହେଡକ୍ୱାର୍ଟର ବାହାରେ ଥିବା କର୍ମଚାରୀ ଫେରିଲେ ସେମାନଙ୍କ ପାଇଁ ଘରୋଇ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ବୋଲି ଏଥିରେ କୁହାଯାଇଛି ।
ସୂଚନା ଯୋଗ୍ୟ. ଭିସୁଟ୍ର ଜଣେ ଆକ୍ରାନ୍ତ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସିଥିବା ମୋଟ ୭୦ ଜଣ ଶିକ୍ଷକ ଓ କର୍ମଚାରୀଙ୍କୁ ବୁଧବାର ବିଶ୍ୱବିଦ୍ୟାଳୟ କତୃପକ୍ଷ ଚିହ୍ନଟ କରିବା ପରେ ସେମାନଙ୍କୁ ପୁଲହ ଛାତ୍ରାବାସ (କୋଭିଡ୍ ସଙ୍ଗରୋଧ କେନ୍ଦ)ରେ ର୍ଖାଯାଇଛି । ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଙ୍ଗରୋଧରେ ରହିଥିବା ସମସ୍ତ କର୍ମଚାରୀଙ୍କ ସ୍ୱାବ୍ ସଂଗୃହ କରାଯାଇଛି ।