ହାଇକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ୍: ନୂଆ ଓ ପୁରୁଣା ବିଲ୍ଡିଂ ବନ୍ଦ

କଟକ- ସାରା ରାଜ୍ୟରେ କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ । ତା ମଧ୍ୟରେ କଟକର ସ୍ଥିତି ମଧ୍ୟ ଖୁ୍ବ୍ ବିଗିଡିବାରେ ଲାଗିଛି । ଗତ କିଛି ଦିନ ହେଲା ଲଗାତାର ଭାବେ କଟକରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହା ମଧ୍ୟରେ ଓଡ଼ିଶା ହାଇକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟର ନୂଆ ଓ ପୁରୁଣା ବିଲ୍ଡିଂ କୁ ବନ୍ଦ କରିଦିଆଯାଇଥିବା ସହ ସାନିଟାଇଜ୍ କରାଯାଉଛି । ତେବେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା କର୍ମଚାରୀ କୋଭିଡ ଟେଷ୍ଟ କରାଯିବ । ଏନେଇ ହାଇକୋର୍ଟ ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

1 + eight =