ବାହା ହେବାକୁ ବର ଆସିଲେ ପ୍ରଥମେ ୧୪ ଦିନ କ୍ୱାରେନଂଟାଇନରେ ରହିବେ

ରାଉରକେଲା: ୧୪ଟି ଜିଲ୍ଲାର ଲୋକଙ୍କୁ ରାଉରକେଲା ଆସିବା ଉପରେ କଟକଣା ଲାଗିଥିବା ବେଳେ ବାହା ହୋକୁ ବର ଆସିଲେ ପ୍ରଥମେ ୧୪ ଦିନ କ୍ୱାରେନଂଟାଇନରେ ରହିବାକୁ ପଡିବ । ସୂଚନା ଦେଲେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ । ତେବେ ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ଗଜପତି, ଝାରସୁଗୁଡା ଓ ମୟୁରଭଞ୍ଜ ଜିଲ୍ଲାର ଲୋକ ରାଉରକେଲା ଆସିଲେ ସେମାନେ ୧୪ ଦିନ ସରକରୀ କ୍ୱାରେନଂଟାଇନରେ ରହିବାକୁ ପଡିବ ବୋଲି ଗତକାଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ସେହିପରି ବାହାର ଜିଲ୍ଲାରୁ ୭୨ ଘଂଟା ପାଇଁ ରାଉରକେଲା ଆସିଲେ କ୍ୱାରେଂଟାଇନ୍ ଅନାଶ୍ୟକ ରହିଛି । ସେମାନେ ବାହାରୁ ଆସି କାହା ସହ ନ ମିଶି ନିଜ କାମ ସାରି ଫେରିପାରିବେ । ଏହା ମଧ୍ୟ କୁହାଯାଇଛି କି ଯଦି କୌଣସି ଲୋକ ହୋମ୍ କ୍ୱାରେଂଟାଇନରେ ରହିବାକୁ ସୁବିଧା ଥିବ ତାହେଲେ ସେମାନେ ସରକାରୀ କ୍ୱାରେଂଟାଇନରେ ନ ରହି ଘରେ ରହିପାରିବେ ।

Leave A Reply

Your email address will not be published.

twelve + 12 =