ପବ୍ଜି ନିଶାରେ ୧୬ ଲକ୍ଷ ଉଡାଇ ଦେଲା ପୁଅ

ଦିଲ୍ଲୀ/ଚଣ୍ଡିଗଡ: ବର୍ତମାନର ଯୁପିଢିଙ୍କୁ ପାଗଳ କରିଛି ଅନ୍ଲାଇନ ଗେମ୍ । ଏହି ଅନଲାଇନ ଗେମ୍ ମଧ୍ୟରୁ ପବ୍ଜୀ ଏବେ ସମସ୍ତଙ୍କ ପ୍ରିୟ ହୋଇଛି । କିନ୍ତୁ ଏହି ଖେଳ ଯେ ଜଣଙ୍କୁ ବରବାଦ୍ କରିଦିଏ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ । ପଞ୍ଜାବର ଜଣେ ପିଲା ଅନ୍ଲାଇନ୍ ଗେମ୍ ନିଶାରେ ନିଜ ବାପାଙ୍କ ଆକାଉଂଟରୁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଇଛି । ତେବେ ପୁଅର ଏଭଳି କାମ ପରେ ବାପା ତାଙ୍କୁ ଉଚିତ୍ ଶିକ୍ଷା ଦେଇଛନ୍ତି ଏବଂ ଟଙ୍କାର ମୂଲ୍ୟ କେତେ , ତାହା ଜଣାଇାବା ପାଇଁ ତାକୁ ଗାଡି ମରାମତି ଦୋକାନ ରେ କାମ କରାଇବାକୁ ନିଷ୍ପତି ନେଇଛନ୍ତି । ତେେ ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ତେବେ ଏହାକୁ ନେଇ ପୁଅର ବାପା କହିଛନ୍ତି , ଏେ ମୁଁ ତାକୁ ଆଉ ଘରେ ବସିବାକୁ ଦେି ନାହିଁ । ଏପରିକି ତାକୁ ପାଠପଢା ପାଇଁ ଆଉ ମୋବାଇଲ ମଧ୍ୟ ଦିଆଯି ନାହିଁ । ଏବେ ସେ ଗାଡଇ ମରାମତି ଦୋକାନରେ କାମ କରୁଛି , ଯେଉଁଥିରୁ ସେ ଜାଣିପାରି ଯେ ଟଙ୍କା କମାଇବା କେତେ କଷ୍ଟ । ଯେଉଁ ଟଙ୍କାକୁ ସେ ପବ୍ଜି ଗେମ୍ ଖେଳିବା ଚକ୍କରରେ ଖର୍ଚ୍ଚ କରିଛି , ତାହା ମୁଁ ନିଜର ସ୍ୱାସ୍ଥ୍ୟ ଓ ପୁଅର ଭବିଷ୍ୟତ ପାଇଁ ସଂଚିତ କରି ରଖିଥିଲି । ସୂଚନାଯୋଗ୍ୟ , ପୁଅର ବାପା ବାହାରେ ଚାକିରି କରନ୍ତି । ପୁଅ ତା ମାଆ ପାଖରେ ରୁହେ । ପୁ ଅତା ମାଆର ମୋବାଇଲ ଫୋନକୁ ପବ୍ଜି ଖେଳିବା ପାଇଁ ବ୍ୟବହାର କରୁଥିଲା । ଯେଉଁଥିରେ ତାକୁ ବ୍ୟାଙ୍କ୍ ଟ୍ରାଞ୍ଜାକସନ୍ କରିବା ସହଜ ହେଉଥିଲା । ତେବେ ବ୍ୟାଙ୍କ୍ ଟ୍ରାଞ୍ଜାକସନ୍ ପୂରା ହୋ ପରେ ସେ ତା ମାଆଙ୍କ ଫୋନରୁ ସବୁ ଟ୍ରାଞ୍ଜାକସନ୍ ମେସେଜକୁ ଡିଲିଟ୍ କରିଦେଉଥିଲା । ଯେଉଁ କାରଣରୁ ତା ବାପା କିମ୍ବା ମାଆ ଟଙ୍କା ବିଷୟରେ କିଛି ବି ଜାଣିପାରୁ ନଥିଲେ । ଏପରିକି ପିଲାଟି ନିଜ ସାଙ୍ଗମାନଙ୍କ ପବ୍ଜି ଆକାଉଂଟ କୁ ଅପଡେଟ୍ କରିବା ପାଇଁ ମଧ୍ୟ ନିଜ ବାପାଙ୍କ ଆକାଉଂଟରୁ ଖର୍ଚ୍ଚ କରିଥିବା ବ୍ୟାଙ୍କ୍ ଷ୍ଟେଟମେଂଟରୁ ଜଣାପଡିଛି । ବାପା ଭାବୁଥିଲେ ପୁଅ ପାଠ ପଢିବା ପାଇଁ ମୋବାଇଲ୍ ଫୋନ୍ ବ୍ୟବହାର କରୁଛି , କିନ୍ତୁ ପୁଅ ମୋବାଇଲ୍ରେ ପବ୍ଜି ଗେମ୍ ଖେଳିବାରେ ସୁ ସମୟ ବିତାଉଥିଲା

Leave A Reply

Your email address will not be published.

sixteen + fifteen =