ପୁରୀ/ଭୁବନେଶ୍ୱର: ସୁନା ବେଶ ପରେ ରତ୍ନ ସିଂହାସନକୁ ଶ୍ରୀଜିଊ ପ୍ରତ୍ୟାବର୍ତନ କରିବାପରେ ରବିବାର ପ୍ରଥମ ଥର ନୀଳାଚଳ ଅବଢା ବାହାରିଛି । ଅନ୍ୟ ପକ୍ଷରେ କରୋନାକୁୁ ସାରା ରାଜ୍ୟ ମୁକାବିଲା କରୁଥିଲା ବେଳେ କଟକଣା ଭିତରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବା ପରେ ପୁରୀ ଜିଲ୍ଲା ପ୍ରଶାସନ ଏହାକୁ ଠିକ୍ ଭାବେ ପାଳନ କରିଛନ୍ତି । ରଥଯାତ୍ରାରୁ ନୀଳାଦଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ଆୟୋଜନ ଶୃଙ୍ଖଳିତ ଭାବେ କରାଯାଇଥିବାରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଏକ ଟୁୁଇଟ୍ରେ ସେବାୟତ, ପ୍ରଶାସନ ଓ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି, ସବୁ ସେଇ ଲୀଳାମୟଙ୍କ ଇଛା ।