ଥାନାରେ ୨୪ ଘଂଟା ଖୋଲା ରହିବ ସିସିଟିଭ

କଟକ: ବୀରମିତ୍ରପୁର ଘଟଣା ପରେ ପୋଲିସ ବିଭାଗ ଭାବମୂର୍ତି ସଜାଡ଼ିବାକୁ ଉଦ୍ୟମ ଆରମ୍ଭ କରିଛି । ଥାନାରେ ସିସି କ୍ୟାମେରା ଯେଭଳି ୨୪ ଘଂଟା କାର୍ଯ୍ୟକ୍ଷମ ରହିବ ସେଥିପାଇଁ ଡିଜି ଅଭୟ ନିର୍ଦେଶ ଦେଇଛନ୍ତି । ଅନେକ ସମୟରେ ଥାନାରେ କୌଣସି ବେଆଇନ କାମ ଘଟିଲେ, ପୋଲିସ ଅଫିସର ଫୁଟେଜ ଡିଲିଟ୍ କରିବାର ନଜିର ଅଛି । ଏଥିପାଇଁ ସିସି କ୍ୟାମେରା ରେକର୍ଡରେ ଯେଭଳି କୌଣସି ପ୍ରକାର ଟ୍ୟାମ୍ପରିଂ ନହୁଏ, ସେଥିପାଇଁ କଡ଼ା ନିର୍ଦେଶ ଦେଇଛନ୍ତି । ପୋଲିସ ଡିଜି । ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଡିଜି ବରିଷ୍ଠ ଅଧିକାରୀ ମାନଙ୍କୁ ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜ୍ୟରେ ଏକାଧିକ ପୋଲିସ ଅଫିସର ଓ କର୍ମଚାରୀ କରୋନା ଚିହ୍ନଟ ହେବା ପରେ ଏ ସଂପର୍କରେ ପୋଲିସ ଡିଜି ଆଜି ସମୀକ୍ଷା କରିଛନ୍ତି । ଥାନାସ୍ତରରେ ପୋଲିସ ଅଫିସର କୋଭିଡ କଟକଣା ଅନୁଯାୟୀ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରଖିବା ପାଇଁ ପରାମର୍ଶ ଦିଆଯାଇଛି । ପୁରୀରେ ଜଣେ ଦୁର୍ବୃତକୁୁ ଗିରଫ ପରେ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ଏବେ ଥାନା ସ୍ତରରେ ଦୁର୍ବୃତଙ୍କୁ ଗିରଫ କିମ୍ବା ପଚରାଉଚରା ବେଳେ ଯଥେଷ୍ଟ ସତର୍କ ରହିବାକୁ ନିର୍ଦେଶ ଦିଆଯିଇଛି । ଥାନାସ୍ତରରେ ପର୍ଯ୍ୟାପ୍ତ ପିପିଲ, ଫେସ୍ ସିଲଡ ଏବଂ ସାନିଟାଇଜର ଯୋଗାଣ କ୍ଷେତ୍ରରେ ଗୁରୁତ୍ୱ ଦିଆଯିବାକୁ ଡିଜି ଜିଲ୍ଲା ଏସପିଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ବୈଠକରେ ଏଡିଜି ମୁଖ୍ୟାଳୟ, ଆଇଜି ଆଧୁନିକୀକରଣ, ଆଇଜି ଏସସିଆରବି, ଆଇଜି ପ୍ରଭିଜନିଂ, ଆଇଜି ପର୍ସନେଲ, ଡିଆଇଜି ସ୍ୱତନ୍ତ୍ର ଗୁଇନ୍ଦା ସଂସ୍ଥା, ରେଞ୍ଜ ଆଇ, ଜିଲ୍ଲା ଏସପି, କମିସନରେଟ ଡିସିପି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three × 5 =