ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଲାଦାଖ ସୀମାରେ ଉତେଜନା ବଢୁଥିବା ଓ ସମଗ୍ର ଦେଶରେ କରୋନା ପଜେଟିଭ ସଂଖ୍ୟା ବୃଦ୍ଧି ପାଉଥିଲା ବେଳେ ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦି ରାଷ୍ଟ୍ରପତି ଭବନ ଯାଇ ସେଠାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦକୁ ୪୦ ମିନିଟି ଧରି ଭେଟିବା ସହିତ ତାଙ୍କୁ ଦେଶର ସମ୍ପ୍ରତିକ ପରିସ୍ପିତି ସମ୍ପର୍କରେ ଅବଗତ କରାଇଛନ୍ତି । ଲାଦାଖର ପୂର୍ବପଟେ ଏବେ ଭାରତ ସେନା ବାହିନି ଠୁଳ କରୁଛି । ଅନ୍ୟ ପଟେ ଗଲୱାନ ଘାଟି ଅଂଚଳରେ ଚୀନ୍ ସେନା ଠୁଳ କରିବାରେ ବ୍ୟସ୍ତ । ଭାରତ ଚାହୁଁଛି, ଗଲୱାନ ଘାଟିରୁ କିନ୍ତୁ ଚୀନ କହୁଛି, ଗଲୱାନ ଘାଟି ତାଙ୍କର । ତେଣୁ କୁଟନୈତିକ ସ୍ତରରେ ମଧ୍ୟ ଆଲୋଚନା ବିଶେଷ ଫଳପ୍ରଦ ହୋଇ ପାରୁନାହିଁ । ଗତ ଜୁନ୍ ୧୫ ତାରିଖରେ ଏକ ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଉତେଜନା ବଢିବାରେ ଲାଗିଛି । ଏହି ସ୍ଥିତିରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନାକୁ ବେଶ ଗୁରୁତ୍ୱ ଦିଆଯାଉଛି ।

Leave A Reply

Your email address will not be published.

1 × 1 =