ଶ୍ରାବଣ ମାସର ପ୍ରଥମ ସୋମବାର : ଶୈବ୍ୟ ପୀଠ ଖାଁ ଖାଁ

ଭୁବନେଶ୍ୱର- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । କିନ୍ତୁ ଶିବ ମନ୍ଦିରେ ଦେଖିବାକୁ ମିଳୁନି ଭକ୍ତଙ୍କ ସମାଗମ । ବିଶେଷ କରି କାଉଡିଆ ମାନେ ଜଳଲାଗି ପାଇଁ ଭିଡ ଜମାଇଥାନ୍ତି , ହେଲେ କରୋନା ପ୍ରତିବନ୍ଧକ ସାଜିଛି । ପୁରୀର ଲୋକନାଥ, ଢେଙ୍କାନାଳ କପିଳାସ, ଭୁବନେଶ୍ୱର ଲିଙ୍ଗରାଜ, କଟକ ଗଡଗଡେଶ୍ୱର ପୀଠ, ଧବଳେଶ୍ୱର, ନୟାଗଡ ଲଡୁବାବ, ଭଦ୍ରକ ଆଖଣ୍ଡଳମଣି, ବାଲେଶ୍ୱର ଝାଡେଶ୍ୱର ଆଦି ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆଜି ଖାଁ ଖାଁ । ବୋଲବମ ଭକ୍ତ ଶିବ ମନ୍ଦିର ଯାଇପାରିବେ ନାହିଁ ବୋଲି ରାଜ୍ୟ ସରକାର ରୋକ ଲଗାଇଥିଲେ । । ସ୍ୱତନ୍ତ ରିଲିଫ କମିସନର ପ୍ରଦୀନ କୁମାର ଜେନା କହିଛନ୍ତି ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । ସେହିପରି ସାମାଜିକ , ରାଜନୈତିକ ଓ ଧାର୍ମିକ ଉତ୍ସବ ଉପରେ କଟକଣା ଜାରି କରାଯାଇଛି । ତେଣୁ ଶ୍ରାବଣ ମାସରେ କାଉଡିଆମାନଙ୍କ ପାଣି ଉଠାଇବା, ରାସ୍ତାରେ ଚାଲିବା ଓ ମନ୍ଦିରକୁ ପ୍ରବେଶ କରିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର

Leave A Reply

Your email address will not be published.

5 × one =