ଭୁବନେଶ୍ୱର- ରାଜଧାନୀରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ବିଶେଷ କରି ଲୋକାଲ କେସ୍ ଅଧିକ ବାହାରୁଥିବାରୁ ଚଳିତ ସପ୍ତାହରୁ ଭୁବନେଶ୍ୱରରେ ରାପିଡ ଆଂଟିବଡି ଟେଷ୍ଟ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ୨୦୦୦ରୁ ୨୫୦୦ ପର୍ଯ୍ୟନ୍ତ ରାପିଡ ଆଂଟିବଡି ଟେଷ୍ଟ କରାଯିବା ପାଇଁ ଟାର୍ଗେଟ୍ ରହିଛି । କେଉଁ ଅଂଚଳରେ କିପରି ଆଂଟିବଟି ଟେଷ୍ଟ କରାଯିବ ସେଥିପାଇଁ ଯୋଜନା ଚାଳିଛି । ତେବେ ଭୁବନେଶ୍ୱର ସଟଡାଉନ କରାଯିବା ନେଇ କୌଣସି ଆଲୋଚନା କରାଯାଇ ନାହିଁ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।