ଉଷୁନା ଗ୍ରାମରେ ଆତଙ୍କ

କଟକ: ବଡମ୍ବା ଥାନାରେ କାର୍ଯ୍ୟରତ ଜଣେ ପୋଲିସ୍ କନେଷ୍ଟବଳ ସ୍ୱାବ୍ ଦେଇ ଗାଁକୁ ଆସିଥିଲେ । ସ୍ୱାବ ପରୀକ୍ଷା ରିପୋର୍ଟରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଉଷୁନା ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କୋଭିଡ ଗାଇଡ଼ଲାଇନ୍ ଅନୁସାରେ ସ୍ୱାବ ସଂଗ୍ରହ କରାଯିବା ବ୍ୟକ୍ତି ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ସଂଙ୍ଗରୋଧରେ ରହିବେ । କିନ୍ତୁ କନେଷ୍ଟବଳ ଜଣଙ୍କ ଗାଇଡ଼ଲାଇନ୍ ନିୟମକୁ ଉଲ୍ଲଘଂନ କରି ଗ୍ରାମବାସୀଙ୍କ ଯିବନକୁ ବିପଦରେ ପକାଇଛନ୍ତି । ଏଭଳି ପରିସ୍ଥିତିରେ ଉଷୁନା ପଂଚାୟତର ସରପଂଚ ରୀନାରାଣୀ ସେଠି ୯ ତାରିଖ ପର୍ଯ୍ୟନ୍ତ ପଂଚାୟତକୁ ସଟଡାଉନ୍ ଘୋଷଣା କରିଛନ୍ତି । ରାଜ୍ୟର କରୋନା ନୋଡାଲ ଅଫିସର ପ୍ରଫେସର ଡାକ୍ତର ମନୋରଞ୍ଜନ ଏହା କୋଭିଡ ନିୟମର ଗୁରୁତର ଉଲ୍ଳଘଂନ ବୋଲି କହିଛନ୍ତି ।

Leave A Reply

Your email address will not be published.

5 + twenty =