ନୂଆଦିଲ୍ଲୀ: ଇଣ୍ଡିଆନ୍ ରେଲୱୋର ଟ୍ରାକରେ ଏବେ ସୋଲାର ପାୱାରରେ ଚାଳିବ ଟ୍ରେନ୍ । ଭାରତୀୟ ରେଲୱେ ଏଥିପାଇଁ ପ୍ରସ୍ତୁତି ଶେଷ କରିନେଇଛି । ରେଲୱେ ପକ୍ଷରୁ କୁହାଯାଇଛି ଯେ , ବିଶ୍ୱ ଇତିହାସରେ ଏହା ପ୍ରଥମ ଥର , ଯେବେ ସୈାରଶକ୍ତିର ବ୍ୟବହାର ଟ୍ରେନ୍ ଚଳାଚଳା ପାଇଁ କରାଯିବ । ଏହି ପାୱର ପ୍ଲାଂଟ୍ ୨୫ ହଜାର ଭୋଲ୍ଟର ବିଦ୍ୟୁତ ଉତ୍ପନ କରିଥାଏ , ଯାହାଦ୍ୱାରା ସିଧାସଳଖ ଭାବରେ ରେଲୱେ ଓଭରହେଡରେ ଟ୍ରାନ୍ସଫର କରିହେବ ଓ ଏହା ସାହାର୍ଯ୍ୟରେ ଟ୍ରେନ୍ ଚାଲିବ ।