ମୁମ୍ବାଇ- ବଲିଉଡର ଜଣାଶୁଣା ଫିଲ୍ମ ନିର୍ଦେଶକ ରାମ ଗୋପାଳ ବର୍ମା ଏବେ ଚର୍ଚ୍ଚାରେ ଆସିଛନ୍ତି । ସେ ତାଙ୍କ ଆଗାମୀ ପିଲ୍ମ ମର୍ଡର ପାଇଁ ବିବାଦ ଘେରରେ ଫସିଛନ୍ତି । କୁହାଯାଇଛି ସେ ଏହି ଫିଲ୍ମ ଯାହା ଉପରେ ତିଆରି କରିଛନ୍ତି , ତାଙ୍କ ପରିବାର ଲୋକେ ଫିଲ୍ମ ବିରୋଧରେ ଅଭିଯୋଗ ଆଣିଛନ୍ତି । ତେବେ ଏନେଇ ରାମ ଗୋପାଳ ବର୍ମାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ତେଲେଗାନାର ନାଲଗୋଣ୍ଡାସ୍ଥିତ ସ୍ୱତନ୍ତ୍ର ଏସସି/ଏସଟି କୋର୍ଟ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।
ନିର୍ଦେଶକ ଅନର କିଲିଂ ମାମଲାରେ ଏକ ଫିଲ୍ମ ତିଆରି କରୁଛନ୍ତି । ସୂଚନା ଅନୁସାରେ ଏହି ଘଟଣା ୨୦୧୮ ମସିହାରେ ତେଲେଙ୍ଗାନାର ମିରିଆଲାଗୁଡାରେ ଘଟିଥିଲା । ପ୍ରଣୟ କୁମାର ନାମକ ଜଣେ ବ୍ୟକ୍ତି ନିଜଠୁ ଉଚ୍ଚ ଜାତିର ଝିଅ ଅମ୍ରିତାଙ୍କୁ ବିବାହ କରିଥିବାରୁ ଝିଅର ପିତା ମାରୁତି ରାଓ ଏବଂ ଅଙ୍କଲ ଶ୍ରାବଣ କୁମାର ପ୍ରଣୟଙ୍କର ହତ୍ୟା କରିଥିଲେ । ହେଲେ ବର୍ତମାନ ପ୍ରଣୟଙ୍କ ପିତା ବାଲାସ୍ୱାମୀ, ରାମ ଗୋପାଳଙ୍କ ଫିଲ୍ମ ମର୍ଡର କୁ ବିରୋଧ କରିଛନ୍ତି । କିଛିଦିନ ପୂର୍ବରୁ ପ୍ରଶୟଙ୍କ ପରିବାର କୋର୍ଟରେ ଏକ ଆବେଦନ କରିଥିଲେ ଏବଂ କହିଥିଲେ ଯେ ରାମ ଗୋପାଳଙ୍କ ଫିଲ୍ମ ମର୍ଡର ପ୍ରଣୟଙ୍କ ହତ୍ୟା ମାମଲାରେ ପ୍ରଭାବ ପକାଇବ । କାରଣ ଏପର୍ଯ୍ୟନ୍ତ ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । ବାଲାସ୍ୱାମୀଙ୍କ ଆବେଦନ ଶୁଣି ନାଗାଲଗୋଣ୍ଡା ସ୍ପେଶାଲ ଏସସି/ଏସଟି କୋର୍ଟ ନିଦେ୍ର୍ଧଶକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମରିଆଲାଗୁଡା ପୋଲିସ୍ କୁ ନିର୍ଦେଶ ଦେଇଛନ୍ତି । ଏହି ଆବେଦନରେ ଏହା ମଧ୍ୟ କୁହାଯାଇଛି ଯେ ନିର୍ଦେଶକ ବିନା ଅନୁମତିରେ ମୃତକଙ୍କ ଫଟୋ ବ୍ୟବହାର କରୁଥିଲେ ।ତେବେ ଏହାକୁ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି । କିଛି ଲୋକ ତାକୁ ସର୍ମ୍ଥନ କରୁଥିବା ବେଳେ ଆଉ କିଛି ଲୋକ ଏହି ଫିଲ୍ମ ଟିକୁ ବିରୋଧ କରୁଛନ୍ତି । ଏହାକୁ ନେଇ ରାମ ଗୋପାଳ ନିଜ ଟ୍ୱିଟ୍ରରେ ଏକ ସ୍ପଷ୍ଟିକରଣ ଦେଇଛନ୍ତି । ସେ ଲେଖିଛନ୍ତି ଏହି ମାମଲାରେ ମୋ ଓକିଲ ଜବାବ ଦେବେ । ଏହାର କାହାଣୀରେ କୌଣସି କାଷ୍ଟ ବିଷୟରେ ଉଲ୍ଲେଖ କରାଯାଇ ନାହିଁ ଏହା ଏକ ଏମିତି ବିଷୟ ବସ୍ତୁ ଉପରେ ତିଆରି ହୋଇଛି ଯାହା ବର୍ତମାନ ଆମ ସମାଜର ଏକ ଅଂଶ । ଏହା ଏକ ସୃଜନଶୀଳ କାର୍ଯ୍ୟ, ଏହା କାହାର ଭାବମୂର୍ତିକୁ କ୍ଷୂର୍ଣ୍ଣ କରିବା ପାଇଁ ତିଆରି ହୋଇନାହିଁ । ସୂଚନାଯୋଗ୍ୟ ନିକଟରେ ଫିଲ୍ମର ପୋଷ୍ଟର ମଧ୍ୟ ରିଲିଜ୍ ହୋଇଯାଇଛି । ପୋଷ୍ଟର ସେୟାର କରି ରାମ ଗୋପାଳ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ସମସ୍ତଙ୍କ ହୃଦୟକୁ ଛୁଇଁବ । ଏହା ହେଉଛି ଅମୃତା ଏବଂ ମାରୁତି ରାଓଙ୍କ କାହାଣୀ । ଜଣେ ପିତା ଯିଏ ନିଜ ଝିଅକୁ ବହୁତ ଭଲ ପାଉଥିଲେ । ତେବେ ଫିଲ୍ମଟି ର ଲଂଚ ଡେଟ୍ ନେଇ କୈଣସି ସୂଚନା ନାହିଁ ।