ଯାଜପୁର ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ

ଯାଜପୁର: ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଆନୁକୂଲ୍ୟରେ ୭୧ତମ ବନ ମହୋତ୍ସବ ସପ୍ତାହ ସାରା ରାଜ୍ୟରେ ପାଳନ କରାଯାଉଛି । ସାରା ରାଜ୍ୟରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ବିଭାଗ ପକ୍ଷରୁ ହାତକୁ ନିଆଯାଇଛି । ଏହି ଅବସରରେ ଯାଜପୁର ବନଖଣ୍ଡ ପକ୍ଷରୁ ଦଶରଥପୁର ବ୍ଲକ୍ ଅନ୍ତର୍ଗତ ପଞ୍ଜରା ସାହି ପାଳଦା ପୂର୍ତ ବିଭାଗ ରାସ୍ତାର ଉଭୟ ପାଶ୍ୱର୍ରେ ପଞ୍ଜରା ସାହି ଛକଠାରୁ ବରିଆନା ଦେଇ କୁଆଁରପୁର ପର୍ଯ୍ୟନ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଯାଜପୁର ରୋଡ଼ ବନାଂଚଳ ସୌଜନ୍ୟରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଯାଜପୁର ବନଖଣ୍ଡ ପକ୍ଷରୁ ଗୁରୁବାର ପୁବାହ୍ନରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଦଶରଥପୁର ବିଡ଼ିଓ ନାରାୟଣ ଚନ୍ଦ୍ର ନାୟକ ପୂଜାର୍ଚ୍ଚନା ପରେ ଆନୁଷ୍ଠାନିକଭାବେ ବୃକ୍ଷାରୋପଣର ଶୁଭାରମ୍ଭ କରିଥିଲେ । ଅନ୍ୟତମ ଅତିଥି ଭାବେ ଯାଜପୁର ରୋଡ଼ ବନଖଣ୍ଡ ଅଧିକାରୀ ଦେବେନ୍ଦ୍ର କୁମାର ପଟ୍ଟନାୟକ, ଜିଲ୍ଲା ବିଜେଡ଼ି ଉପସଭାପତି ତଥା ଚମ୍ପେଇପାଳ ପଂଚାୟତ ପୂର୍ବତନ ସମିତି ସଭ୍ୟ ଜୟନ୍ତ କୁମାର ନାୟକ, ଅଶୋକ ଦାସ ଫାଉଣ୍ଡେସନ କର୍ମକର୍ତା ଅକ୍ଷୟ କୁମାର ମହାନ୍ତି, ସରପଂଚଙ୍କ ପ୍ରତିନିଧି ରାଜେନ୍ଦ୍ର ମଲ୍ଲିକ, ସମିତି ସଭ୍ୟା ପ୍ରତିନିଧି କାର୍ତିକ ଜେନା, ୱାଡର଼୍ ସଭ୍ୟା ସ୍ୱପ୍ନାରାଣୀ ଗିରି, ବନକର୍ମଚାରୀ ଦତହରି ନାୟକ, ପ୍ରେମାନନ୍ଦ ରାଉତରାୟ, ସବିତା ଦାସ, ତ୍ରିଲୋଚନ ଦାସ ପ୍ରମୁଖଙ୍କ ସମେତ ନିର୍ମଳ ମଲ୍ଲିକ, ସୁଶୀଲ କୁମାର ମହାନ୍ତି, ବିଜୁ ଯୁବ ବାହିନୀ ପଂଚାୟତ ସଭାପତି ହିମାଂଶୁ ନାୟକ, ଛାତ୍ର ବିଜେଡ଼ି ନେତା ଦୀପକ ଜେନା, ଚିନ୍ମୟ ମାହୁନ୍ତ, ମଦନ ପରିଡ଼ା, ପଂଚାନନ ବେହେରା, ରବି ପଲେଇଙ୍କ ସମେତ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ । ଏହି ଅବସରରେ ରାସ୍ତାର ଉଭୟ ପାଶ୍ୱର୍ରେ ଶାଗୁଆନ୍, ବଉଳ, ସୁନାରୀ, ଲିମ୍ବ ଆଦି ଶତାଧିକ ବୃକ୍ଷରୋପଣ କରାଯାଇଥିଲା । ଆଗାମୀ ଦିନରେ ରାସ୍ତା ପାଶ୍ୱର୍ ବ୍ୟତିତ ଖାଲି ସ୍ଥାନ ଗୁଡ଼ିକରେ ବ୍ୟାପକ ପରିମାଣର ବୃକ୍ଷରୋପଣ କରାଯିବ । ଏଥି ସହ ଗଛ ଲଗାଇବାକୁ ଇଛା ପ୍ରକାଶ କରୁଥିବା ସ୍ଥାନୀୟ ଲୋକମାନଙ୍କୁ ଶାଗୁଆନ, କାଜୁ, ଆମ୍ବ, ଅମୃତଭଣ୍ଡା ଆଦି ଚାରା ମାଗଣାରେ ଦିଆଯିବ ଯଦ୍ୱାରା ସ୍ଥାନୀୟ ଲୋକଙ୍କ ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ପରିବେଶର ସୁରକ୍ଷା ହୋଇ ପାରିବ ବୋଲି ଡ଼ିଏଫ୍ଓ ଶ୍ରୀ ନାୟକ ପ୍ରକାଶ କରିଥିଲେ ।

Leave A Reply

Your email address will not be published.

11 + seventeen =