ବର୍ଷକ ମଧ୍ୟରେ ବିଦ୍ୟୁତ ଆଘାତରେ ୧୦ ଗାଈ ମୃତ

ଯାଜପୁର: ଦଶରଥପୁର ବ୍ଲକ୍ କୟାଁ-ଦରଭା ରାସ୍ତା ପାଶ୍ୱର୍ ଚାଷ ଜମି ଦେଇ ବେପରୁଆ ଭାବେ ଟଣା ହୋଇଥିବା ବିଦୁ୍ୟତ ତାର ସଂଶ୍ପର୍ସରେ ଆସି ଉକ୍ତ ପଂଚାୟତ ଧରମପୁର ଗ୍ରାମର କୁନା ମଲ୍ଳିକଙ୍କ ଗୋଟିଏ ଗାଇ ମୃତୁ୍ୟ ବରଣ କରିଥିବା ଜଣାଯାଇଛି । ଉକ୍ତ ଘଟଣା ଘଟିବା ପରେ ସ୍ଥାନୀୟ ବିଦୁ୍ୟତ ବିଭାଗର ଯନ୍ତ୍ରୀଙ୍କୁ ମୋବାଇଲରେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସଂପୃକ୍ତ ବିଭାଗ ପକ୍ଷରୁ ଘଟଣା ସ୍ଥଳକୁ କେହି ଆସିନଥିଲେ । ସୂଚନା ଯୋଗ୍ୟ ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା ଯୋଗୁ ଗତ ୧ ବର୍ଷ ମଧ୍ୟରେ କେବଳ କୟାଁ ପଂଚାୟତରେ ୧୦ରୁ ଉର୍ଦ୍ଧ ଗାଇ ଗୋରୁ ବିଦୁ୍ୟତ ସଂସ୍ପର୍ଶରେ ଆସି ମୃତୁ୍ୟମୁଖରେ ପଡ଼ିଥିବାବେଳେ ବିଦୁ୍ୟତ ବିଭାଗ ପକ୍ଷରୁ କୈାଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଉନାହିଁ । ପଂଚାୟତର ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଚାଷ ଜମି ଓ ବିଭିନ୍ନ ସାହିର ଗଳି କନ୍ଦିରେ ବିଦୁ୍ୟତ ତାର ହାତ ପାଆନ୍ତାରେ ଝୁଲି ରହିଥିବା ବେଳେ ବିଭାଗୀୟ ଅଧିକାରୀ ଏ ସବୁ ପ୍ରତି ଆଖି ବୁଜି ଦେଇଥିବାକୁ ନେଇ ସ୍ଥାନୀୟ ଅଂଚଳରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି । ଶନିବାର ମୃତୁ୍ୟ ବରଣ କରିଥିବା ଗାଈଟିର ମୂଲ୍ୟ ପ୍ରାୟ ୨୦ ହଜାର ଟଙ୍କା ହୋଇଥିବା ବେଳେ ସଂପୃକ୍ତ ଗୋପାଳକ କ୍ଷୀର ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବାରୁ ତାଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବା ସହ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁÂାନ ନେବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.

nine − four =