ୱାଶିଂଟନ- ଚୀନକୁ ପୁଣି ଥରେ ଝଟକା ଲାଗିବାକୁ ଯାଉଛି । ଭାରତ ପରେ ଏବେ ଆମେରିକା ଚାଇନା ଆପକୁ ନିଷେଧ କରିବ । ଏହି ଆପ୍ଗୁଡିକ ମଧ୍ୟରେ ଲୋକପ୍ରିୟ ଆପ୍ ଟିକ୍ଟକ୍ ସମେତ ଅଧିକାଂଶ ଆପ ରହିଛି । ଏହା ପୂର୍ବରୁ ଭାରତ ଟିକଟିକ ସମେତ ଚୀନର ୫୯ ଆପକୁ ବୟକଟ କରିଛି । ଏହା ପରେ ସମ୍ପୃକ୍ତ କମ୍ପାନୀ ଗୁଡିକ ବାରମ୍ବାର ଭାରତ ସରକାରଙ୍କ ସହିତ ଆଲୋଚନା ଚଳାଇଛନ୍ତି । କିନ୍ତୁ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ନିଆଯାଇ ନାହିଁ ।