ପରଦାରେ ଏକାଠି ଧମାକା କରିବେ ଏହି ଦୁଇ ସୁପରଷ୍ଟାର

ମୁମ୍ବାଇ- ବଲିଉଡର ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ରୋଶନଙ୍କ ଷ୍ଟାଇଲ, ଲୁକ୍ ଓ ଅନ୍ଦାଜରେ ସମସ୍ତେ ଫିଦା । କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଫ୍ୟାନ୍ ଫଲୋଇଂ ବେଶ୍ ଭଲ ରହିଛି । ନିକଟରେ ସେ ଲଗାତାର ହିଟ୍ ଫିଲ୍ମ ଦେଇ ପ୍ରାୟ ସବୁ ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଯାଇଛନ୍ତି । ସେହିପରି ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ପ୍ରସଂଶକ ବି କିଛି କମ୍ ନାହାନ୍ତି । ସାଉଥ୍ ର ସବୁଠୁ ସଫଳ ଅଭିନେତାଙ୍କ ଗହଣରେ ସାମିଲ ଅଛନ୍ତି ପ୍ରଭାସ । ଟିକେ ଭାବିଲେ ଏହି ଦୁଇ ଦମ୍ଦାର ସୁରଷ୍ଟାର ଯଦି ଏକାଠି ପରଦାରେ ଆସିବେ ତେବେ କଣ ହେବ ? ଫିଲ୍ମଟି ଏକଦମ୍ ଧମାକେଦାର ହେବ । ଖୁବ୍ ଶୀଘ୍ର ଏମିତି ହିଁ ଧମାକା ହେବାକୁ ଯାଉଛି । କାରଣ ଏହି ଦୁଇ ଷ୍ଟଂଟ୍ ସୁପପରଷ୍ଟାର ଏକାଠି ନଜର ଆସିବାକୁ ଯାଉଛନ୍ତି । ହ୍ରିତିକ ରୋଶନ ବର୍ତମାନ ପ୍ରଭାସଙ୍କ ସହ ଏକ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ନିର୍ଦେଶନା ତାନାଜୀ ଦି ଅନ୍ସଙ୍ଗ ୱାରିଅର୍ ବ୍ଲକବଷ୍ଟର ଫିଲ୍ମ ଦେଇଥିବା ନିର୍ଦେଶକ ଓମ୍ ରାଉତ ଦେବେ । ସୂଚନା ଅନୁସାରେ , ପ୍ରଭାସ ଏହି ଫିଲ୍ମ ପାଇଁ ରାଜି ହୋଇଛନ୍ତି । ହ୍ରତିକ୍ଙ୍କ ସହ ବର୍ତମାନ ଆଲୋଚନା ଶେଷ ବର୍ଯ୍ୟାୟରେ ରହିଛି । ଫିଲ୍ମ ୱାର ବ୍ଲକବଷ୍ଟର ହେବା ପରଠାରୁ ହ୍ରିତିକ୍ଙ୍କ ନୂଆ ଫିଲ୍ମକୁ ଫ୍ୟାନ୍ମାନେ ଅପେକ୍ଷା କରି ରହିଛନ୍ତି । ଯଦି ସବୁକିଛି ଠିକ୍ ହୁଏ, ତେବେ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ବଡ ସୁପରଷ୍ଟାରଙ୍କୁ ପରଦାରେ ଏକାଠି ଦେଖିବା ଦର୍ଶକଙ୍କ ପାଇଁ କୌଣସି ଉପହାର ଠାରୁ କମ୍ ହେବ ନାହିଁ । ୨୦୧୯ ବର୍ଷ ହ୍ରତିକଙ୍କ ପାଇଁ ବହୁତ ଭଲ ଥିଲା ସୁପର ୩୦ ଓ ୱାର ବକ୍ସ ଅଫିସରେ ଧୂଆଁଦାର ପ୍ରଦର୍ଶନ କରିବା ପରଠାରୁ ତାଙ୍କ ଡିମାଣ୍ଡ ବେଶ୍ ଅଧିକ ବଢିଯାଇଛି । ପ୍ରାୟ ସମସ୍ତେ ତାଙ୍କୁ ନିଜ ଫିଲ୍ମରେ ନେବାକୁ ଚାହୁଁଛନ୍ତି । ସୂଚନା ଅନୁଯାୟୀ ଆଗକୁ ସେ ନିଜ ହୋମ୍ ପ୍ରଡକ୍ସନ ଫିଲ୍ମ କ୍ରିସ୍ ୪ ରେ ନଜର ଆସିବେ । ଏହା ବ୍ୟତିତ ସେ ଅମୀର ଖାନ୍ଙ୍କ ଡ୍ରିମ୍ ପ୍ରୋଜେକ୍ଟ ମହାଭାରତ ଏବଂ ନୀତିନ ଗୋଖଲେଙ୍କ ବହି (ଆର୍ ଏନ୍ କାଓ: ଜେଂଟଲମ୍ୟାନ୍) ସ୍ପାଇମାଷ୍ଟରକୁ ନେଇ କରଣ ଜୋହରଙ୍କ ତିଆରି କରୁଥିବା ଏକ ଫିଲ୍ମରେ ମଧ୍ୟ ନଜର ଆସିବେ ।ଅନ୍ୟପଟେ ସୁପରଷ୍ଟାର ପ୍ରଭାସଙ୍କ ବାହୁବଲୀ ସିରିଜ ପରେ ସମଗ୍ର ଭାରତରେ ବହୁତ ପ୍ରଶଂସକ ଆସିଛନ୍ତି । ତେବେ ଗତ ବର୍ଷ ପ୍ରଭାସଙ୍କ ପାଇଁ ବିଶେଷ କିଛି ନଥିଲା । ୨୦୧୯ରେ ତାଙ୍କୁ ଫିଲ୍ମ ସାହୋରେ ଦେଖିବାକୁ ମିଳିଥିଲା, ଯାହା ବକ୍ସ ଅଫିସରେ ସଫଳ ହୋଇନଥିଲା । ତେବେ ଏହି ଫିଲ୍ମଟି କ୍ରିଟିକ୍ସଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଥଁ ନଥିଲା ସତ ହେଲେ ତଥାପି ଏହା ଶହେ କୋଟିରୁ ଅଧିକ ଆୟ କରିଥିଲା । ପ୍ରଭାସ ଆଗକୁ କେ.କେ ରାଧା କୃଷ୍ଣ କୁମାରଙ୍କ ଫିଲ୍ମରେ ନଜର ଆସିବେ,ଯାହାର ନାମ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ ପୂଜା ହେଗଡେ ନଜର ଆସିବେ ।

Leave A Reply

Your email address will not be published.

four × five =