ରାଜଧାନୀରେ ୫ ହଜାର ଆଂଟିଜେନ୍ ଟେଷ୍ଟ କିଟ୍

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବ ଆଂଟିଜେନ୍ କରୋନା ପରୀକ୍ଷା । ଆଜି ଏଥିପାଇଁ ୫ ହଜାର ରା଼ପୀଡ଼ ଆଂଟିଜେନ୍ କିଟ୍ ଆସି ଭୁବନେଶ୍ୱରରେ ପହଂଚିଛି । ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଂଟର (ଆରଏସ୍ଆରସି) ଭୁବନେଶ୍ୱର ନିର୍ଦେଶକ ଡାକ୍ତର ସଂଘମିତ୍ରା ପତି ଏ ନେଇ ସୂଚନା ଦେଇଛନ୍ତି । ଡାକ୍ତର ପତିଙ୍କ ସୂଚନା ଅନୁସାରେ, ପ୍ରଥମ ଦଫାରେ କଟକ ଏସ୍ସିବି, ବ୍ରହ୍ମପୁର ଏମ୍କେସିଜି ଓ ଭୁବନେଶ୍ୱରରେ ମେଡିକାଲକୁ ଏହି କିଟ୍ ପଠାଯିବ । ପରେ ଅନ୍ୟ ଜିଲ୍ଲା ଗୁଡ଼ିକୁ କିଟ୍ ପଠାଯିବ । ଆସନ୍ତିା ଗୁରୁବାର ମଧ୍ୟ ଆଉ ୨୦ ହଜାର କିଟ୍ ଆସି ଓଡ଼ିଶାରେ ପହଂଚିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଂଟିଜେନ୍ ଟେଷ୍ଟ ହେଲେ, ରୋଗୀଙ୍କୁ ୩୦ ମିନିଟ୍ ଭିତରେ ପରୀକ୍ଷା ରିପୋର୍ଟ ମିଳିପାରିବ । ତେବେ ଏହାକୁ ସୁନିଶ୍ଚିତ କରିବାକୁ ପୁଣିଥରେ ଆର୍ଟି ପିସିଆର୍ରେ ନମୁନା ପରୀକ୍ଷା କରାଯିବ । ରାଜ୍ୟରେ ମଧ୍ୟ ସରୋଲଜିକାଲ ସର୍ଭେ ଆରମ୍ଭ ହୋଇଛି । ଏହି ସର୍ଭେ ପ୍ରଥମେ ପୁରୀଠାରୁ ଆରମ୍ଭ ହୋଇଛି । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଖୋର୍ଦ୍ଧା, ଗଜପତି ଆଦି ୧୦ଟି ଜିଲ୍ଲାରେ ଏହି ସର୍ଭେ କରାଯିବ । ଏହି ସର୍ଭେର ଲକ୍ଷ୍ୟ ରହିଛି, ଲୋକଙ୍କ ରକ୍ତରେ ସଂକ୍ରମଣ ମାତ୍ରା ମାପିବା । ବର୍ତମାନ ସ୍ଥିତିରେ ଜନସାଧାରଣଙ୍କ ଇମୁ୍ୟନିଟି ଷ୍ଟାଟ୍ସ କଣ ରହିଛି, ଏହି ସବୁ ତଥ୍ୟ ସଂଗ୍ରହ କରାଯାଇଥିବା ରକ୍ତ ନମୁନାରୁ ଜଣାପଡ଼ିବ ।

Leave A Reply

Your email address will not be published.

1 + fifteen =