ଭୁବନେଶ୍ୱର- ଆସନ୍ତା ସୋମବାର ପର୍ଯ୍ୟନ୍ତ ଭୁବନେଶ୍ୱର ଆରଟିଓ-୨ ଅଫିସ ବନ୍ଦ ରହିବ । ତେବେ କରୋନା ସଂକ୍ରମଣ ଆଶଙ୍କାରେ ଆର୍ଟିଓ-୨ କାର୍ଯ୍ୟାଳୟକୁ ବନ୍ଦ କରିବାକୁ ସୂଚନା ମିଳିଛି । ମଙ୍ଗବାର ଆର୍ଟିଓ-୧ରେ ୪ଜଣ କରୋନା ପଜେଟିଭ କେସ୍ ବାହାରିବା ରେ ଏବେ ଆର୍ଟିଓ-୨କୁ ବନ୍ଦ ପାଇଁ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ତେବେ ଆର୍ଟିଓ-୧ ସହ କୌଣସି ବ୍ୟକ୍ତିଙ୍କର ଆରଟିଓ-୨ରେ ସମ୍ପର୍କ ଥିବା ନେଇ ଆଶଙ୍କା କରି ଏଭଳି ନିର୍ଦେଶ ଦିଆଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆଚାର୍ଯ୍ୟ ବିହାର ସ୍ଥିତ ଆରଟିଓ-୧ କାର୍ଯ୍ୟାଳୟକୁ ବିଏମସି ପକ୍ଷରୁ ଗତକାଲି ବନ୍ଦ କରାଯାଇଥିଲା । ଏଥିସହ ସଂକ୍ରମିତମାନଙ୍କ ସଂସ୍ପର୍ଶରେ ଆସିଥିବା ଆରଟିଓ-୧ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଂଟିନରେ ରହିବାକୁ ନିର୍ଦେଶ ଦିଆଯାଇଛି ।