ମେଲାନିୟାଙ୍କ ମୂର୍ତିରେ ନିଆଁ ଲଗାଇଲେ ଜନତା: ଟ୍ରମ୍ପଙ୍କ ବିରୋଧରେ ଜନତାଙ୍କ ଆକ୍ରୋଶ

ୱାଶିଂଟନ- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ମେଲାନିୟା ଟ୍ରମ୍ପଙ୍କ ମୂର୍ତିରେ ନିଆଁ ଲଗାଇ ଦେଇଛନ୍ତି ଲୋକେ । ତେବେ ଏହି ଘଟଣାରୁ ଟ୍ରମ୍ପଙ୍କ ବିରୋଧରେ ଲୋକଙ୍କ ଆକ୍ରୋଶ ବଢିଥିବା ସ୍ପଷ୍ଟ ହେଉଛି । ଗତ ୪ ତାରିଖରେ ଆମେରିକାରେ ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ସେହି ରାତିରେ ସ୍ଲୋଭେନିୟାସ୍ଥିତ ସେଭେନିକାରେ ସ୍ଥାପିତ ମେଲାନିୟାଙ୍କ ଏକ ମୂର୍ତିକୁ ପୋଡି ଦିଆଯାଇଥିଲା । ତେବେ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଆସୁଥିବା ବେଳେ ଏହି ଘଟଣାକୁ ନେଇ ନାନା ଚର୍ଚ୍ଚା ଜୋର ଧରିଛି । ତେବେ ବର୍ଲିନରେ ରହୁଥିବା ଜଣେ ଆମେରିକୀୟ କଳାକାର ବ୍ରାଡ୍ ଡାଉନୀ ଏହି ପ୍ରତିମୂର୍ତି ତିଆରି କରିଥିଲେ ।

ମେଲାନିୟା ଟ୍ରମ୍ପଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । ନିକଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଐତିହାସିକ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଦେଶରେ ଜାତିଗତ ହିଂସାକୁ ନେଇ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବାରୁ ରାଷ୍ଟ୍ରପତି ଏହା କହିଥିଲେ । କିନ୍ତୁ ଏହା ପରେ ତାଙ୍କ ପତ୍ନୀଙ୍କ ପ୍ରତିମୂର୍ତିକୁ ଭାଙ୍ଗି ଦିଆଯାଇଛି ।

Leave A Reply

Your email address will not be published.

twenty − 11 =