ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ ସହ ଜଡିତ ଭାରତୀୟ ଶ୍ରମିକ ସଂଗଠନ ସପ୍ତାହ ପର୍ଯ୍ୟନ୍ତ ସରକାରଙ୍କ ଶ୍ରମ ନିତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବେ । ସରକାର ଜଗାଓ ଶପଥ ନାମରେ ଦେଶବ୍ୟାପି ଆନେ୍ଦାଳନ ୨୪ ଜୁଲାଇରୁ ଆରମ୍ଭ ହେବ । ଭାରତୀୟ ଶ୍ରମିକସଂଘର ମହାସଚିବ ବୀର୍ରଜେସ୍ ଉପାଧ୍ୟାୟ କହିଛନ୍ତି ଯେ ରାଜ୍ୟରେ ଏବଂ ଦେଶରେ ଶ୍ରମିକମାନଙ୍କର ସୁବିଧା , ସମସ୍ୟା , ତାଙ୍କ ସ୍ଥିତି , ରୋଜଗାର କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହି ବିକ୍ଷୋଭ ପଦର୍ଶନରେ ରାଜ୍ୟର ରାଜଧାନୀ,ତହସିଲ୍ ,ବ୍ଳକ୍ , ବଡ ବଡ ଇଣ୍ଡଷ୍ଟିୟାଲ ସେକ୍ଟର ଗୁଡିକୁ ଘେରାଉ କରାଯିବ । ପ୍ରବାସୀ ଶ୍ରମିକ ମାନଙ୍କ ସମସ୍ୟା , ଠିକ୍ ସମୟରେ ଶ୍ରମିକ ମାନଙ୍କୁ ବେତନ ନ ମିଳିବା , ଚାକିରିରୁ ଛଟେଇ , ରାଜ୍ୟରେ ଶ୍ରମିକ ମାନଙ୍କୁ ଶ୍ରମ ଆଇନ୍ ରୁ ନିଲମ୍ବିତ , କାମ ର ସମୟକାଳ ଏକ ଘଂଟା ବଢାଇବା ୫ଟି କାରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଶ୍ରମିକ ସଂଗଠନର ମହାସଚିବ କହିଛନ୍ତି ।