ଯାଂଚ କମିଟି ବସାଇଲା ସ୍ୱରାଷ୍ଟ୍ର ମନ୍ତ୍ରାଳୟ

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ସହ ଜଡିତ ୩ଟି ଟ୍ରଷ୍ଟର କାରବାର ଉପରେ ଯାଂଚ ଲାଗି ସ୍ୱରାଷ୍ଟ ମନ୍ତ୍ରାଳୟ ଏକ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛି । ଏହି ତିନୋଟି ଟ୍ରଷ୍ଟ ଦ୍ୱାରା ଅର୍ଥ ଠକେଇ ନିବାରଣ ଆଇନ୍ ଉଲ୍ଲଂଘନ ହୋଇଛି କି ନାହିଁ ତାହା ତଦନ୍ତ କରାଯିବ । ଆୟକର ଆଇନ ଓ ବିଦେଶ ଯୋଗଦାନ ନିୟାମକ ଆଇନରେ ରହିଥିବା ନିୟମ ଉଲ୍ଲଘଂନ ହୋଇଛି କି ନାହିଁ ତାହା କମିଟି ଯାଂଚ କରିବ । ଯାଚଂ କମିଟିରେ ପ୍ରବର୍ତନ ନିର୍ଦେଶାଳୟ ର ଜଣେ ସ୍ୱତନ୍ତ୍ର ନିର୍ଦେଶକ ଏହି କମିଟିର ମୁଖ୍ୟ ରହିବେ । ପ୍ରଧାନମନ୍ତ୍ରୀ ରାଷ୍ଟିୟ ରିଲିଫ୍ ପାଣ୍ଠି କୁ ଆସୁଥିବା ଲୋକଙ୍କ ଦାନାର୍ଥ ଉପସରକାରଙ୍କ ଅମଳରେ ରାଜୀବ ଗାନ୍ଧି ଫାଉଣ୍ଡେସନ କୁ ଚାଲିଯାଉଥିଲା ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଅଭିଯୋଗ କରିଥିଲେ । ସେ ଏ ବାବଦରେ ଏକାଧିକ ଟ୍ୱଟ୍ କରି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Leave A Reply

Your email address will not be published.

16 − 2 =