ଅଧିକ ପ୍ରଫେସର ପଦବୀ ପୂରଣ ଉପରେ ଗୁରୁତ୍ୱ

ବଲାଙ୍ଗୀର:ସ୍ଥାନୀୟ ପୂର୍ବ ବିଭାଗର ଡାକ ବଙ୍ଗଲା ଠାରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ନୂତନ କୂଳପତି ଭାବେ ଦାୟିତ୍ୱ ନେଇଥିବା ପ୍ରଫେସର ଦୀପକ କୁମାର ବେହେରାଙ୍କ ମଧ୍ୟରେ ଏହି ବିଶ୍ୱ ବିଦ୍ୟାଳୟର ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଛି । ଅପରାହ୍ନ ୩.୧୦ମି.ରେ ଆରମ୍ଭ ହୋଇଥିବା ଏହି ଆଲୋଚନା ବିଶେଷ କରି ଅଧ୍ୟାପନା ପାଇଁ ଦରକାର ହେଉଥିବା ସମସ୍ତ ପ୍ରଫେସର ପଦବୀ ପୂରଣ, ଏକାଡେମିକ୍ କାଉନସିଲର ନିର୍ମାଣ, ବିଶ୍ୱ ବିଦ୍ୟାଳୟ ପାଇଁ ଦରକାର ହେଉଥିବା ଜମି ଉପରେ ସବିଶେଷ ଆଲୋଚନା ହୋଇଥିଲା । ଆହୁରି ମଧ୍ୟ ବର୍ତମାନ ଚାଲିଥିବା ୧୩ଟି ପୋଷ୍ଟ ଗ୍ରାଜୁଏଟ୍ ବିଷୟବସ୍ତୁ ବାହାରେ ଆଉ ୮/୬ଟି ବିଷୟକୁ ନେଇ ପୋଂଟ ଗ୍ରାଜୁଟ ବିଭାଗ କେମିତି ଖୋଲି ପାରିବ ସେ ଉପରେ ଉଭୟ ବିଧାୟକ ଶ୍ରୀ ମିଶ୍ର ଏବଂ କୂଳପତି ଶ୍ରୀ ବେହେରା ଗୁରୁତ୍ୱ ଦେଇଥିଲେ । ବର୍ତମାନ ଥିବା ୧୩ଟି ପୋଷ୍ଟ ଗ୍ରାଜୁଏଟ୍ ବିଭାଗ ପାଇଁ ୧୦ ଜଣ ପ୍ରଫେସର, ୨୨ଜଣ ଏସୋସିଏଟ୍ ପ୍ରଫେସର ଓ ବାକି ୪୩ ଜଣ ରିଡର ନିହାତି ଆବଶ୍ୟକ ବୋଲି ପ୍ରଫେସର ବେହେରା ଶ୍ରୀ ମିଶ୍ରଙ୍କୁ କହିଥିଲେ । ଏମ୍ଫିଲ୍ ପାଠ୍ୟକ୍ରମ ପାଇଁ ପ୍ରାୟତଃ ଦେଖାଯାଉଛି ଏମ୍ଫିଲ୍ ଛାତ୍ରମାନଙ୍କୁ ଗାଇଡ୍ କରିବା ପାଇଁ ଏମ୍ଫିଲ୍ କିମ୍ବା ପିଏଚ୍ଡି କରିନଥିବା ଅଧ୍ୟାପକ ରହୁଛନ୍ତି । ତେଣୁ ଏଥିରେ ପରିବର୍ତନ ନିହାତି ଜୁରୁରୀ ଏବଂ କେବଳ ଏମ୍ଫିଲ୍ କିମ୍ବା ପିଏଚ୍ଡି କରିଥିବା ପ୍ରଫେସର ହିଁ ଏମ୍ଫିଲ୍୍ ଛାତ୍ରଙ୍କୁ ଗାଇଡ କରିବା କଥା ବୋଲି ମତପ୍ରକାଶ ପାଇଥିଲେ । ଆଲୋଚନା ବେଳେ ବିଶ୍ୱ ବିଦ୍ୟାଳୟ ସମସ୍ୟାକୁ ନେଇ ବିଧାୟକ ଶ୍ରୀ ମିଶ୍ର ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସହ ମଧ୍ୟ ଫୋନ ଯୋଗେ ଆଲୋଚନା କରିଥିଲେ । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଯେମିତି ଅଧ୍ୟାପନା ପାଇଁ ପ୍ରଫେସର ପଦବୀ ସମ୍ପୂର୍ଣ୍ଣ ପୂରଣ ହେବ, ଦରକାର ହେଉଥିବା ଜମି ତଥା ବର୍ତମନେ ଚାଲିଥିବା ୧୩ ଗୋଟି ବିଭାଗ ବାହାରେ ମଧ୍ୟ ଯେମିତି ଆଉ ୪/୫ଟି ପୋଷ୍ଟ ଗ୍ରାଜୁଏଟ୍ ବିଭାଗ ଖୋଲି ପାରିବ ସେ ଉପରେ ଗୁରୁତର ସହ ଧ୍ୟାନ ଦେବା ପାଇଁ ମୁଖ୍ୟ କହିଥିଲେ । ଆହୁରି ମଧ୍ୟ ଏକାଡେମି କାଉନସିଲ ଯେତେ ଶୀଘ୍ର ଗଠନ ତାହା ଆଗାମୀ ଶିକ୍ଷାବର୍ଷ ପାଇଁ ସିଲାବସ ପ୍ରସ୍ତୁତି, ଶିକ୍ଷା କ୍ୟାଲେଣ୍ଡର ନିର୍ମାଣରେ ସେତେ ସହାୟକ ହେବ ବୋଲି ଆଲୋଚନା ହୋଇଥିଲା । ବର୍ତମାନ ବିଶ୍ୱ ବିଦ୍ୟାଳୟ ପରିଚାଳନ ପାଇଁ ନିଯୁକ୍ତି ଦିଆଯାଇଥିବା ବିଭିନ୍ନ ଅସ୍ଥାୟୀ ପଦବୀ ଗୁଡିକ ଯେମତି ଶୀଘ୍ର ସ୍ଥାୟୀ କରାହେବ ଶିକ୍ଷାଦାନ ତଥା ବିଶ୍ୱ ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ସେତେ ସୁବିଧା ହେବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଆଲୋଚନା ବେଳେ ଶ୍ରୀ ମିଶ୍ର ବିଶ୍ୱ ବିଦ୍ୟାଳୟର ଶିକ୍ଷାଦାନ, ଭିତିଭୂମି ଓ ପରିଚାଳନା ପାଇଁ ଯାହା ଅଭାବ ଅଛି ତା’ର ଏକ ସବିଶେଷ ବିବରଣି ଦୁଇଦିନ ଭିତରେ ଦେବାକୁ କୂଳପତି ଶ୍ରୀ ବେହେରାଙ୍କୁ କହିଥିଲେ । ଯାହାକି ବିଧାୟକ ଶ୍ରୀ ମିଶ୍ର ତୁରନ୍ତ ସେ ସବୁର ଏକ ଚିଠା ସରକାରଙ୍କ ଠାରେ ପ୍ରଦାନ କରି ସେପ୍ଟେମ୍ବର ମାସ ପହିଲା ପୂର୍ବରୁ ବିଶ୍ୱ ବିଦ୍ୟାଳୟର ଅଧ୍ୟାପନା ପାଇଁ ଦରକାର ହେଉଥିବା କୌଣସି ବି ଜିନିଷ ଯେମିତି ଅଭାବ ନ ଥିବ ସେ ଦିଗରେ କାମ କରିବେ ବୋଲି କହିଥିଲେ ।

Leave A Reply

Your email address will not be published.

sixteen − 9 =