ଚୀନ ପ୍ରତି କଠୋର ହେଉଛି ଭାରତ

ନୂଆଦିଲ୍ଲୀ : ଲାଦାଖର ଗଲୱାନରେ ଚୀନ ଯବାନଙ୍କ ଅତର୍କିତ ଆକ୍ରମଣରେ ୨୦ଜଣ ଭାରତୀୟ ଜବାନ ସହୀଦ ହେବା ପରେ ଚୀନପ୍ରତି ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି । ଚୀନ ସାମଗ୍ରୀ ଆମଦାନୀ ହ୍ରାସ କରିବାଲାଗି ଏକ ପ୍ରକାର ଆଭିମୁଖ୍ୟ ଗ୍ରହଣ କରିଛି । ଚୀନରୁ କେଉଁ ଉପାୟରେ ଓ କେଉଁ କେଉଁ କ୍ଷେତ୍ରରେ ଆମଦାନୀ ହ୍ରାସ କରାଯାଇପାରିବ ସେ ବାବଦରେ ବାଣିଜ୍ୟ ମନ୍ତ୍ରଣାଳୟଠାରୁ ପ୍ରସ୍ତାବ ଆହ୍ୱାନ କରିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) । ଏ କ୍ଷେତ୍ରରେ କଠୋର ଆଭିମୁଖ୍ୟ ପୋଷଣ କରିବାକୁ ପିଏମ୍ଓ କହିଛି । ଏଥିସହିତ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍ଟିଏ)ର ସମୀକ୍ଷା କରିବାକୁ ମଧ୍ୟ ପିଏମ୍ଓ ପରାମର୍ଶ ଦେଇଛି । ଚୀନରୁ ଶସ୍ତା ସାମଗ୍ରୀ କିଣିବା ବନ୍ଦ କରିବାକୁ ଅଧିକାଂଶ ରାଷ୍ଟ୍ର ନିଷ୍ପତି ଗ୍ରହଣ କରିଥିବାବେଳେ ଭାରତ ଏ ଦିଗରେ ପଦକ୍ଷେପ ନେଉଛି । ଆତ୍ମନିର୍ଭର ଭାରତ ଅଭିଯାନକୁ କ୍ଷିପ୍ର କରିବା ପାଇଁ ପିଏମ୍ଓ ପରାମର୍ଶ ଦେଇଛି ।ଦକ୍ଷିଣ କୋରିଆ, ସିଙ୍ଗାପୁର, ମାଲେସିଆ ଭଳି ‘ଆସିଆନ୍’ ରାଷ୍ଟ୍ରସମୂହରୁ ମଧ୍ୟ ଆମଦାନୀ ହ୍ରାସ ପାଇଁ ଭାରତ ସରକାର ଚିନ୍ତା କରୁଛନ୍ତି । ପୁନଶ୍ଚ ଭାରତରେ ଚୀନ କମ୍ପାନୀଙ୍କ ୫୦ ନିବେଶ ପ୍ରସ୍ତାବ ଉପରେ ସରକାର ସମୀକ୍ଷା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ୧୦ଚୀନ କମ୍ପାନୀ ଭାରତରୁ ଫେରିଯିବା ପାଇଁ ଚିନ୍ତା କରୁଥିବା ଜଣାପଡିଛି । ଭାରତରେ ଚୀନ କମ୍ପାନୀଙ୍କ ସାମ୍ପ୍ରତିକ ଓ ପ୍ରସ୍ତାବିତ ନିବେଶ ପରିମାଣ ୨୬୦୦କୋଟି ଡଲାର ରହିଛି ।

Leave A Reply

Your email address will not be published.

5 + twenty =