ସୁନୀଲ ଗାଭାସ୍କରଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ- ଶୁକ୍ରବାର ହେଉଛି ସୁନୀଲ ଗାଭାସ୍କରଙ୍କ ଜନ୍ମଦିନ । ସେ ଆଜି ୭୧ ବର୍ଷରେ ପଦାର୍ପଣ କରିଛନ୍ତି । ୧୯୪୯ ମସିହା ଜୁଲାଇ ୧୦ ତାରିଖରେ ମୁମ୍ବାଇ ରେ ଜନ୍ମ ଗ୍ରହଣ କରିଥିଲେ । ସନ୍ନି ଓ ଲିଟିଲ୍ ମାଷ୍ଟର ନାଁରେ ଜଣାଶୁଣା ଏହି ମହାନ ଖେଳାଳିଙ୍କ ପୂରା ନାଁ- ସୁନୀଲ ମନୋହର ଗାଭାସ୍କର । ତାଙ୍କୁ କ୍ରିକେଟର ନେପୋଲିଅନ୍ ବୋଲି ବି କୁହାଯାଇଥିଲେ । ଯେତେବେଳେ କ୍ରିକେଟ୍ରେ ହେଲ୍ମେଟ୍ର ବ୍ୟବସ୍ଥା ନଥିଲା , ସେତେବେଳେ ଦୁର୍ଦ୍ଧର୍ଷ ଫାଷ୍ଟ୍ ବୋଲରମାନଙ୍କୁ କେମିତି ଖେଳିବାକୁ ହେବ, ତାର କୌଶଳ ସେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମାନଙ୍କୁ ଶିଖାଇଥିଲେ । ତେବେ ସଠିକ ସନ୍ତୁଳନ,ଉନ୍ନତ ଟେକ୍ନିକ ପ୍ରଚୁର ଲୟ ଓ ତତ୍ ବଢିଆ ନିଷ୍ପତି ନେବାର ଦକ୍ଷତା ଯୋଗୁ ସେ ଅନେକ ରେକର୍ଡ ଭାଙ୍ଗି ଥିଲେ ଓ ନୂଆ ରେକର୍ଡ ତିଆରି କରିଥିଲେ । ପ୍ରଥମ କ୍ରିକେଟର ଭାବେ ସେ ଟେଷ୍ଟରେ ୧୦ ହଜାର ରନ୍ ପୂରଣ କରିଥିଲେ । ସେ ୧୨୫ଟି ଟେଷ୍ଟରୁ ୫୧.୧୨ ହାରରେ ଏହି ରନ୍ ସଂଗ୍ରହ କରିଥିଲେ । ଆଉ ଏବେ ଏହି ତାଲିକରେ ସେ ୧୨ ନମ୍ବରରେ ଅଛନ୍ତି । ଟେଷ୍ଟରେ ସେ ୩୪ଟି ଶତକ ମାରିଥିଲେ, ଯାହା ୨୦ ବର୍ଷ ଧରି ଅତୁଟ ରହିଥିଲା । ତେବେ ୨୦୦୫ରେ ସଚିନ ତେନ୍ଦୁଲକର ଏହି ରେକର୍ଡ ଭାଙ୍ଗିଥିଲେ । ସେହିଭଳି ସେ ତିନୋଟି ଟେଷ୍ଟରେ ଦୁଇଟି ଯାକ ଇଂନିସ୍ରେ ଶତକ ହାସଲ କରିବାର ରେକର୍ଡ ତାଙ୍କ ନାଁରେ ରହିଛି । ଫାଷ୍ଟ୍ ବୋଲରଙ୍କ ବିପକ୍ଷରେ ଗାଭାସ୍କରଙ୍କ ବ୍ୟାଟିଂ ଅତି ଚମତ୍କାର ଥିଲା । ତାଙ୍କ ସମୟରେ ୱେଷ୍ଟଇଣ୍ଡିଜ୍ ଦଳରେ ଅନେକ ଦୁର୍ଦ୍ଧର୍ଷ ଫାଷ୍ଟ୍ ବୋଲର ଥିଲେ । ତେବେ ସେହି ଦଳ ବିପକ୍ଷରେ ସେ ୬୫.୪୫ ହାରରେ ରନ୍ ସଂଗ୍ରହ କରିଥିଲେ । ତେବେ ସେ ଜନ୍ମ ହେବା ପରେ ତାଙ୍କ ଦାଦା ଯଦି ସତର୍କ ହୋଇ ନଥାନ୍ତେ ହୁଏତ ସେ ସୁନୀଲ ଗାଭାସ୍ଖର ହୋଇପାରି ନ ଥାନ୍ତେ । କାରଣ ଜନ୍ମ ହେବାର କେଇ ଘଂଟା ରେ ତାଙ୍କୁ ଆଉ ଜଣେ ମହିଳାଙ୍କୁ ଦେଇ ଦିଆଯାଇଥିଲା । ସେ ମହିଳାଙ୍କର ମଧ୍ୟ ଏକ ପୁତ୍ର ଜନ୍ମ ହୋଇଥିଲା । ଆଉ କୌଣସି କାରଣ ବଶତଃ ତାଙ୍କୁ ଉକ୍ତ ମହିଳାଙ୍କ ପାଖରେ ଓ ଉକ୍ତ ମହିଳାଙ୍କ ପୁଅକୁ ତାଙ୍କ ମା ଙ୍କ ପାଖରେ ରଖାଯାଇଥିଲା । କିନ୍ତୁ ଗାଭାସ୍କରଙ୍କ ଦାଦା ଏ କଥା ଧରିପାରିଥିଲେ । କାରଣ ଜନ୍ମ ପରେ ପରେ ସୁନୀଲଙ୍କ ବାମ କାନରେ ଏକ ଛୋଟ ଜାଇ ଥିବା ସେ ଲକ୍ଷ୍ୟ କରିଥିଲେ । ସେ ଏ କଥା ଡାକ୍ତଖାନା କର୍ତୁପକ୍ଷଙ୍କୁ ଜଣାଇଥିଲେ । ତା ପରେ ଘଟଣାର ଖୋଡତାଳ କରାଯାଇଥିଲା ଓ ସୁନୀଲଘଙ୍କୁ ତାଙ୍କ ମା ଙ୍କୁ ହସ୍ତାନ୍ତର କରାଯାଇଥିଲା । ଭୁଲରେ ଜଣେ ନର୍ସ ସେମାନଙ୍କୁ ଅଦଳବଦଳ କରି ଦେଇଥିବା ଜଣାପଡିଥିଲା । ସୂଚନା ଅନୁଯାୟୀ (ପଦ୍ମଶ୍ରୀ) ଓ ପଦ୍ମ ଭୂଷଣ ଭଳି ସମ୍ମାନରେ ସମ୍ମାନିତ ଗାଭାସ୍କର ୧୯୭୧ମସିହା ମାର୍ଚ୍ଚ ୬ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ ଖେଳିଥିଲେ । ୧୯୮୭ ମସିହା ମାର୍ଚ୍ଚ ୧୩ ତାରିଖରେ ସେ ପାକିସ୍ତାନ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ସେହିପରି ଅନ୍ତର୍ଜାତୀୟ ୧୦୮ଟି ଦିନିକିଆ ମ୍ୟାଚ୍ ଖେଳିଥିବା ଗାଭାସ୍କର ୧୯୭୪ରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ ମ୍ୟାଚ୍ ଖେଳିଥିଲେ । ଅନ୍ତର୍ଜାତୀୟ ଦିନିକିଆରେ ସେ ୩,୦୯୨ ରନ୍ ସଂଗ୍ରହ କରିଥିଲେ


ପରିବାରରେ ଏକାଧିକ କ୍ରିକେଟର
ସୁନୀଲ ଗାଭାସ୍କର ତାଙ୍କ ପରିବାରର ଏକମାତ୍ର ବ୍ୟକ୍ତି ନଥିଲେ , ଯିଏ କି କ୍ରିକେଟ୍ ଖେଳୁଥିଲେ । ତାଙ୍କ ମାମୁ ମାଧବ ମନ୍ତ୍ରୀ ଭାରତ ପାଇଁ ୪ଟି ଟେଷ୍ଟ ଖେଳିଥିଲେ । ତାଙ୍କ ପୁଅ ରୋହନ ଗାଭାସ୍କର ମଧ୍ୟ ଭାରତକୁ ୧୧ଟି ଦିନିକିଆ ମ୍ୟାଚ୍ରେ ପ୍ରତିନିଧିତ୍ୱ କରିଛନ୍ତି । ସେହିପରି ତାଙ୍କଣାଳକ ଜିଆର୍ ବିଶ୍ୱନାଥ ମଧ୍ୟ ଭାରତୀୟ ଦଳର ସଦସ୍ୟ ଥିଲେ । ସେ ଟିମ୍ ଇଣ୍ଡିଆ ପକ୍ଷରୁ ୯୧ଟି ଟେଷ୍ଟ୍ ଖେଳି ୬୦୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ । ଗାଭାସ୍କରଙ୍କ ଭଉଣୀ ନୂତନ ମୁମ୍ବାଇର ପ୍ରଥମ ମହିଳା କ୍ଲବ ଅଲ୍ବିଜ୍ କ୍ରିକେଟ୍ କ୍ଲବ୍ ତରଫରୁ ଖେଳୁଥିଲେ ।

ରୋହନ କହ୍ନାଇଙ୍କ ଫ୍ୟାନ୍ ଥିଲେ ଗାଭାସ୍କର
ୱେଷ୍ଟ ଇଣ୍ଡିଜ୍ କ୍ରିକେଟର ରୋହନ ଭୋଲାଲାଲ୍ କହ୍ନାଇଙ୍କର ବଡ ଫ୍ୟାନ୍ ହେଉଛନ୍ତି ସୁନୀଲ ଗାଭାସ୍କର । ସେଥିପାଇଁ ସେ ନିଜ ପୁଅ ନାଁ ରୋହନ ଗାଭାସ୍କର ରଖିଛନ୍ତି । ରୋହନ କହ୍ନାଇ ଜଣେ ଭାତୀୟ ବଂଶଭୋବ । ସେ ୱେଷ୍ଟ୍ ଇଣ୍ଡିଜ୍ ତରଫରୁ ୭୯ଟେଷ୍ଟ୍ ମ୍ୟାଚ୍ ଖେଳି ୬୨୨୯ ରନ୍ କରିଥିବା ବେଳେ ୭ଟି ଦିନିକିଆରୁ ୧୬୪ ରନ୍ କରିଥିଲେ ।

ଅଭିନୟ କରିଥିଲେ, ଗୀତ ଗାଇଥିଲେ
ଗାଭାସ୍କର ଏକ ମରାଠୀ ଫିଲ୍ମରେ ଲିଡ୍ ରୋଲ୍ରେ ଅଭିନୟ କରିଥିଲେ । ଫିଲ୍ମଟିର ନାଁ-ସଭଲି ପ୍ରେମାଚି । ସେହିଭଳି ୧୯୮୮ମସିହାରେ ନାସୀରୁଦ୍ଧିନ ଶାହଙ୍କ ଫିଲ୍ମ ମାଲାମାଲ୍ ରେ ସେ ଅତିଥି କଳାକାର ଭାବେ ଅଭିନୟ କରିଥିଲେ । ଗାଭାସ୍କର ୟା ଦୁନିଆମଧେ ଥମ୍ବାୟାଲ ଭେଲ୍ କୋନାଲା ନାଁ ୋ ଏକ ମରାଠୀ ଗୀତ ବି ଗାଇଥିଲେ

Leave A Reply

Your email address will not be published.

2 + 19 =