ବିଞ୍ଝାରପୁରରେ ଶତକ ପାର ହେଲା କରୋନା

ବିଞ୍ଝାରପୁର : ବିଞ୍ଝାରପୁରରେ ଗୋଟିଏ ଦିନରେ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମଗ୍ର ଅଂଚଳର ଲୋକେ ହତବାକ ହୋଇପଡିଛନ୍ତି । ଏହି ଅଂଚଳରେ ଗୋଷ୍ଠୀ ସଂଙ୍କ୍ରମଣ ଆଶଙ୍କା ଧିରେ ଧିରେ ଷ୍ପଷ୍ଟ ହେଉଛି । ପୂର୍ବରୁ ବିଞ୍ଝାରପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ରହିଥିଭା ବେଳେ ଏବେ ୫୧ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଁଚିଛି । ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇବା ସହ ସାଧାରଣରେ ଭୟର ବାତାବରଣ ଖେଳାଇ ଦେଇଛି । ଏହି ୫୧ ଜଣ ବିଭିନ୍ନ ପଞ୍ଚାୟତ ସଂଗରୋଧ କେନ୍ଦ୍ର ଓ ଘରୋଇ ସଂଗ ରୋଧରେ ରହୁଥିବା ଜଣା ପଡିଛି । ସେଥି ମଧ୍ୟରୁ ୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । । ତେବେ ପୂର୍ବରୁ ବିଞ୍ଝାରପୁର ଅଂଚଳର ୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ରହିଛି । ଏବେ ଆକ୍ଟବକେସ ୧୨୮ ରହିଥିବା ଜଣାପଡିଛି । ଚିହ୍ନଟ ହୋଇଥିବା ୫୧ ଆକ୍ରାନ୍ତଙ୍କ ମଧ୍ୟରେ ସିହପୁର ଅଂଚଳର ୩୩ ବର୍ଷିୟ ଯୁବକ, ଅଳକୁଣ୍ଡ ୨୫ ବର୍ଷିୟ ଯୁବକ , ଅଳକୁଣ୍ଡ ୪୬ ବର୍ଷିୟ ବ୍ୟକ୍ତି, ବିରିପଟା ୫୮ ବର୍ଷିୟ ବ୍ୟକ୍ତି, ଡିଆଟିକିରି ୨୯ ବର୍ଷିୟ ଯୁବକ, ତାଲୁଗପଡା ୨୨ ବର୍ଷିୟ ଯୁବକ, କାଣ୍ଡିସାହି ୩୨ ବର୍ଷିୟ ଯୁବକ, କପିଳା ରାହାଁଶ ୨୦ ବର୍ଷିୟ ଯୁବକ, ରାହଁସ ୧୯ ବର୍ଷିୟ ଯୁବକ, କୁସୁନପୁରର ୨୪ ବର୍ଷିୟ ଯୁବକ, ଫତେପୁର ଜେନାଢିଆ ୪୮ ବର୍ଷିିୟ ବ୍ୟକ୍ତି, ଆଉଁରୀ ୩୮ ବର୍ଷିିୟ ଯୁବକ, ଜଇଁମରା ୪୨ ବର୍ଷିିୟ ବ୍ୟକ୍ତି, ଫତେପୁର ଜେନାଢିଆ ୩୮ ବର୍ଷିିୟ ଯୁବକ, ବିଞ୍ଝାରପୁରର ୪୫ ବର୍ଷିୟ ବ୍ୟକ୍ତି, ରାହାସ ୨୨ ବର୍ଷିିୟ ଯୁବକ, ଅଳକୁଣ୍ଡ ୪୮ଯୁବକ, ବିତନା ୪୬ ବର୍ଷିିୟବକ୍ତି, ବାଙ୍ଗରା ୧୯ ବର୍ଷିିୟ ଯୁବକ, ବରପଦା ୧୮ ବର୍ଷିିୟ ଯୁବକ, ଘଂଟିଆଳି ୪୮ବର୍ଷିୟ ବ୍ୟକ୍ତି, ସିଂହପୁର ୩୧ ବର୍ଷିିୟ ଯୁବକ, ଓଳେଇ ୨୮ ବର୍ଷିିୟ ଯୁବକ, ଫତେପୁର ୫୦ ବର୍ଷିିୟ ବ୍ୟକ୍ତି, ଘଂଟିଆଳି ୪୯ ବର୍ଷିିୟ ବ୍ୟକ୍ତି, କଏଣାରଘୁନାଥପୁର ୪ ବର୍ଷିିୟା ଶିଶୁକନ୍ୟା , କଏଣା ରଘୁନାଥପୁର ୩୯ ବର୍ଷିିୟ ଯୁବକ, ଘଂଟିଆଳି ୨୬ ବର୍ଷିିୟ ଯୁବକ, ବାଙ୍ଗରା ୩୨ ବର୍ଷିିୟ ଯୁବକ, ବାଙ୍ଗରା ୨୧ ବର୍ଷିିୟା ମହିଳା, ଓଳେଇ ୧୩ ଡ ବର୍ଷିିୟ ନାବାଳକ, ଅରେଇ ୨୯ ବର୍ଷିିୟ ଯୁବକ, ରଘୁନାଥପୁର ୨୬ ବର୍ଷିିୟ ଯୁବକ,, ନୂଆଗାଁ ୩୬ ବର୍ଷିିୟ ଯୁବକ, ଜରୀ ୨୩ବର୍ଷିୟ ଯୁବକ, ଜରୀ ୨୨ ବର୍ଷିୟା ମହିଳା , ଜରୀ ୩୩ ବର୍ଷିୟ ଯୁବକ, ଜରୀ ୨୮ ବର୍ଷିୟ ଯୁବକ, ଜରୀ ୬୯ ବର୍ଷିୟ ବୃଦ୍ଧ, ଜରୀ ୩୬ ବର୍ଷିୟ ଯୁବକ, ରଣପୁର ୨୩ ବର୍ଷିୟ ଯୁବକ , ମାଧପୁର ୪୮ବର୍ଷିୟ ବ୍ୟକ୍ତି, ଗୁହାଳି ୪୫ ବର୍ଷିୟ ବ୍ୟକ୍ତି, ଜରୀ ୨୮ ବର୍ଷିୟ ଯୁବକ, ବାଙ୍ଗରା ୨୮ ବର୍ଷିୟା ମହିଳା , ବାଙ୍ଗରା ୨ବର୍ଷିୟ ଶିଶୁକନ୍ୟା , ବିଞ୍ଝାରପୁର ୧୭ ବର୍ଷିୟ ଯୁବକ, ବିଞ୍ଝାରପୁର ୪୮ବର୍ଷିୟ ବ୍ୟକ୍ତି, ଅଳକୁଣ୍ଡ ୩୦ ବର୍ଷିୟ ଯୁବକ. ବିତନା ୪୩ ବର୍ଷିୟ ବ୍ୟକ୍ତ, ବିତନା ୧୨ ବର୍ଷିୟ ନାବାଳକ, ଓଳେଇ ଚନ୍ଦନପୁର ୪୦ ବର୍ଷିୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସମ୍ପର୍କରେ ଆଜି ସ୍ୱାସ୍ଥ୍ୟ ବିଭାଗ ଓ ତହସିଲ କତୃପକ୍ଷ ତଥ୍ୟ ସଂଗ୍ରହ କରୁଛନ୍ତି । ଆକ୍ରାନ୍ତ ମାନଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପଟାଲକୁ ପଠାଯାଉଛି । ତେବେ ହୋମ କ୍ୱାରେଂଟାଇନରୁ ଚିହ୍ନଟହୋଇଥିବା ଆକ୍ରାନ୍ତ ମାନଙ୍କ ଅଂଚଳକୁ ୧୪ ହିନ ପାଇଁ କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କରାଯିବ ବୋଲି ତହସିଲଦାର ଅସ୍ମିତା ଦାଶ ସୂଚନା ଦେଇଛନ୍ତି । ବିଞ୍ଝାରପୁରରେ ବଢିଚାଲିଥିବା ଆକ୍ରାନ୍ତ ସଂଖ୍ୟାଙ୍କୁ ନେଇ ସ୍ଥିତି ଉଦ୍ବେଗ ହେବାରେ ଲାଗିଛି । ପଂଚାୟତ ସ୍ତରରେ ଆୟୁସଲେସନ ସେଂଟର ଗୁଡିକୁ ସଠିକ ଭାବେ ତ୍ୱାରାନ୍ୱିତ କରିବା ପାଇଁ ବିଡିଓ ମିନତୀ ଜଗଦେବ ସରପଂଚ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.

eighteen − eight =