ଚୋରା ମଦ ବେପାରୀ କୋର୍ଟ ଚାଲାଣ

ବାଲିକୁଦା : ଗାଁରେ ମଦ ବେପାରକୁ ବିରୋଧ କରି ସମ୍ପୃକ୍ତ ମଦ ବେପାରୀଙ୍କ ଘରକୁ ଗ୍ରାମବାସୀ ଘେରିବା ଘଟଣାରେ ଫେରାର ଚୋରା ମଦ ବ୍ୟବସାୟୀକୁ ଅନନ୍ତପୁର ଫାଣ୍ଡି ପୁଲୁସ ଗିରଫ କରିଥିବା ବେଳେ ଆଜି ତାକୁ କୋର୍ଟ ଚାଲାଣ କରା ଯାଇଛି । ଗତ ୨୫ ତାରିଖରେ ଚୋରା ବ୍ୟବସାୟୀଙ୍କ ଘରେ ଚୋରା ମଦ ମହଜୁଦ ଥିବା ଜାଣି ଗାଁଲୋକେ ତାଙ୍କ ଘରକୁ ଚାରି ପଟୁ ଘେରି ରହିଥିବା ବେଳେ ଫାଣ୍ଡି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ରାତା ରାତି ଫାଣ୍ଡି ପୁଲିସ ସେଠାରେ ପହଂଚିଥିଲା । ମାତ୍ର ଗାଁ ଲୋକେ ରାତି ତମାମ ତାଙ୍କ ଘରକୁ ଘେରି ରହିଥିଲେ । ତା ପରଦିନ ସକାଳେ ଫାଣ୍ଡି ପୁଲିସ ଓ ବାଲିକୁଦା ଥାନା ପୁଲିସ ଘଟଣା ସ୍ଥଳରେ ପହଂଚିିଥିଲା । ବାଲିକୁଦା ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ରାଉତଙ୍କ ଉପସ୍ଥିତିରେ ଘରର ତାଲା ଗୁଡିକ ଭଙ୍ଗା ଯାଇ ଘରର ଖାନ ତଲାସ କରାଯାଇ ସେଥିରୁ ୧୫୧ ବୋତଲ ବିୟର ଜବତ କରାଯାଇଥିଲା । ଗାଁରେ ମଦ ବେପାରକୁ ବନ୍ଦ କରିବା ପାଇଁ ଗାଁ ଲେକେ ଅନେକ ବାର ତାର ଘର ଉପରେ ଚଢଉ କରି ମଦ ଜବତ କରି ତାକୁ ବାଡେଇ ଭାଙ୍ଗି ନଷ୍ଟ କରିଦେବା ସହିତ ଗାଁରେ ନ୍ୟାୟ ନିଶାପ ବସାଇ ମଦ ନ ବିକିବା ପାଇଁ ରମେଶଙ୍କ ଠାରୁ ଚୁକ୍ତି ପତ୍ରରେ ସ୍ୱାକ୍ଷର କରାଇ ନେଇଛନ୍ତି । ମାତ୍ର ସେ ସବୁର କିଛି ଫରକ ପଡି ନଥିଲା ତାଙ୍କ ପରିବାର ପାଇଁ । ସେ ସବୁକୁ ଫାଙ୍କି ପୁର୍ବବତ ସେ ଗାଁରେ ମଦ ବେପାର ଚଳାଇ ଆସୁଥିଲେ । ଗାଁ ଲୋକଙ୍କ ସହଯୋଗରେ ରମେଶଙ୍କ ଘରୁ ମଦ ଜବତ ହେବା ପରେ ଏହି ଘଟଣାରେ ବାଲିକୁଦା ଥାନାରେ ୧୪୧/୨୦ରେ ଏକ ମାମଲା ରୁଜୁ କରାଯାଇଥିଲା ।

Leave A Reply

Your email address will not be published.

14 − fourteen =