ଭୁବନେଶ୍ୱର- ଭୁବନେଶ୍ୱରରେ ଆରମ୍ଭ ହୋଇଛି ସିରୋ ସରର୍ଭିଲାନ୍ସ ପରୀକ୍ଷା । କିଭୋଡି -୧୯ର ସମସ୍ତ ଗାଇଡଲାଇନ ପାଳନ କରି ଏହି ଟେଷ୍ଟ କରିବା ପାଇଁ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନିର୍ଦେଶଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୈଧୁରୀ । ଏହି ସରର୍ଭିଲାନ ପାଇଁ ବୈଷୟିକ ସହାୟତା ଆରଏମଆରସି ଯୋଗାଇ ଦେଇଛି । ଯେଉଁ ମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଉଛି ସେହି ମାନଙ୍କର ତୁରନ୍ତ ପରୀକ୍ଷା କରିବା ପାଇଁ କୁହାଯାଇଛି । ଅସୁସ୍ଥତା ଅନୁଭବ କରୁଥିବା ବ୍ୟକ୍ତି, ସ୍ୱାସ୍ଥ୍ୟ କର୍ମୀ, ସିକ୍ୟୁରିଟି କର୍ମଚାରୀ, ସମ୍ବାଦିକ, କଂଟେନମେଂଟ ଅଂଚଳରେ ରହୁଥିବା ବ୍ୟକ୍ତି,ମୁନ୍ୟସିପାଲଟି କର୍ମୀ, ଗାଡିଚାଳକ, ଦୋକାନୀ, ବିମାନବନ୍ଦର କର୍ମଚାରୀ, ବସ୍ତି ଅଂଚଳରେ ବସବାସ କରୁଥିବା ଲୋକ, ଫେରୁଥିବା ପ୍ରବାସୀ ଶ୍ରମିକ ମାନଙ୍କର ଟେଷ୍ଟ କରିବା ପାଇଁ ବିଏମସି ପକ୍ଷରୁ କୁହାଯାଇଛି । ଏହି ପରୀକ୍ଷା ପାଇଁ ୨୫ ଟି ୱାର୍ଡ ବଛାଯାଇଛି । ଦୁଇଟି ପର୍ଯ୍ୟାୟରେ ଏହି ଟେଷ୍ଟ କରାଯିବ । ପ୍ରଥମ ପର୍ଯ୍ୟାୟ୧୦-୨୦ ଦିନ ଓ ଦ୍ୱିତୀୟ ପର୍ଯ୍ୟାୟ ୨୮ ଦିନ ମଧ୍ୟରେ କରାଯିବ ବୋଲି କୁହାଯାଇଛି ।