ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧ ପଂଚାୟତ ଦାୟିତ୍ୱରେ ଥିବା ଟେକ୍ନିକାଲ ଆସିଷ୍ଟାଣ୍ଡ ସୁବ୍ରତ ମଲ୍ଲିକ ଲାଂଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ପୋଖରୀ ପୁନରୁଦ୍ଧାର କାମର ବିଲ୍ କରାଇଦେବାକୁ ୩୩ ହଜାର ଟଙ୍କା ଦାବି କରି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନା ଅନୁସାରେ କୁମଖାଲ ପଂଚାୟତ ଟିମନବାଡି ଗାଁର ଗୈାତମ ନାଗ ଏକ ପୋକରୀ ପୁନରୁଦ୍ଧାର କାର୍ଯ୍ୟ କରିଥିଲେ । କାମର ଦୁଇ ଲକ୍ଷ ଟଙ୍କା ବିଲ୍ ପାସ୍ ପାଇଁ ଜିପିଟିଏ ସୁବ୍ରତ ମଲ୍ଲିକ ୩୩ ହଜାର ଟଙ୍କା ଲାଂଚ ମାଗିଥିଲେ । ଏନେଇ ଗୈାତମ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ ।