କାନ୍ଦିପକାଇଲେ ଘେବ୍ରିୟିସସ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକା ନିଜକୁ ପ୍ରତ୍ୟାହାର କରିନେବା ପରେ ଏହାର ମୁଖ୍ୟ ଟେଡ୍ରସ ଆଢାନମ୍ ଘେବ୍ରିୟିସସ ଉଦବୋଧନ ଦୁଃଖପ୍ରକାଶ କରିଛନ୍ତି । ଏ ବାବଦରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ ଦେଲା ବେଳେ ସେ ବାଷ୍ପରୁଧ ହୋଇଯାଇଥିଲେ । ସେ କହିଛନ୍ତି ଯେ ସମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣରେ ପୂରା ବିଶ୍ୱ ଘାଂଟି ହେଉଥିବା ବେଳେ ଏଭଳି ପରିସ୍ଥିତିରେ ବିଭାଜିତ ହୋଇ କରୋନାକୁ ହରାଯାଇ ପାରିବନାହିଁ । କୋଭିଡ-୧୯କୁ ପୂରା ବିଶ୍ୱର ଶତ୍ରୁ ବିବେଚନା କରି ଘେବ୍ରିୟିସସ କହିଛନ୍ତି, ଏହାକୁ ହରାଇବା ପାଇଁ ମିଳିତ ପ୍ରୟାସ ଆବଶ୍ୟକ ରହିଛି ।

Leave A Reply

Your email address will not be published.

8 − four =