ମହାରାଷ୍ଟ୍ର ରାଜ୍ୟପାଳଙ୍କ ବାସଭବନରେ ୧୬ କର୍ମଚାରୀ କରୋନା ପଜିଟିଭ

ମୁମ୍ବାଇ- ମହାରାଷ୍ଟ୍ର ରାଜ୍ୟପାଳ ଭଗତସିଂହ କୋଣୟାଙ୍କ ବାସଭବନରେ କାର୍ଯ୍ୟକରୁଥିବା ୧୬ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ରବିବାର ଜଣାପଡିଛି । ତେବେ ସମସ୍ତ କର୍ମଚାରୀଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଛି । ଏହାସହ ଏହି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ଆବଶ୍ୟକ ପଡିଲେ ରାଜ୍ୟପାଳଙ୍କ ମଧ୍ୟ ସ୍ୱାବ ନମୁନା ପରୀକ୍ଷା କରାଯିବ । ରାଜ୍ୟପାଳ ବର୍ତମାନ ଆଇସୋଲେସନରେ ରହିଛନ୍ତି ବୋଲି ଜଣାପଡିଛି । ତେବେ ବିଏମସି ପକ୍ଷରୁ କୁହାଯାଇଛି ୧୦୦ ଜଣଙ୍କର ସ୍ୱାବ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣଙ୍କର ପଜିଟିଭ ଆସିଛି ।

Leave A Reply

Your email address will not be published.

13 + 3 =