ମୁମ୍ବାଇ: କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଶନିବାର ବିଗ ବି ଓ ତାଙ୍କ ପୁଅ ଅଭିଷେକ କରୋନା ପଜିଟିଭ ଜଣାପଡିଥିବା ବେଳେ ରବିବାର ଅନୁପମ ଖେରଙ୍କ ପରିବାର କରୋନା ସଂକ୍ରମିତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ବିଷୟରେ ନିଜେ ଅନୁପମ ଖେର ଭିଡିଓ ମାଧ୍ୟମରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଏକ ଭିଡିଓ ସେୟାର କରି କହିଛନ୍ତି, ତାଙ୍କ ମା, ଭାଇ, ଭାଉଜ ଓ ଝିଆରୀ କରୋନା ସଂକ୍ରମିତ ହୋଇଛନ୍ତି । ମାତ୍ର ଅନୁପମଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ସେ କହିଛନ୍ତି କିଛି ଦିନ ତଳେ ତାଙ୍କ ମା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିଲା । ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ତାଙ୍କ ମା ଙ୍କ ରକ୍ତ ନମୁନା ପରୀକ୍ଷା କରାଇଥିଲେ । ତା ରେ ତାଙ୍କ ମା ଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ତେବେ ବର୍ତମାନ ତାଙ୍କ ପରିବାର ସଦସ୍ୟ ଙ୍କ ହସ୍ପିଟାଲରେ ଭର୍ତି କରାଯାଇଛି । ଏବେ ଅନୁପମଙ୍କ ଘର ସାନିଟାଇଜ ହେବା ଆରମ୍ଭ ହୋଇଛି । ତେବେ ଭିଡିଓ ଶେଷରେ ଅନୁପମ ନିଜ ପ୍ରଂଶସକ ଓ ଅନ୍ୟ ସମସ୍ତଙ୍କୁ ନିଜର ଧ୍ୟାନ ରଖିବାକୁ କହିବା ସହ ଡାକ୍ତରଙ୍କର ପ୍ରଂଶସା କରିଛନ୍ତି ।