ରାଜ୍ୟ ସରକାରଙ୍କ ଦୁଇବର୍ଷ ନିଯୁକ୍ତି ବନ୍ଦ ନିଷ୍ପତି କୁ ବିରୋଧ

ଧର୍ମଗଡ: କରୋନାମହାମାରୀ ଅର୍ଥିକ ସଂକଟକୁ ଦେଖି ରାଜ୍ୟସରକାରନେଇଥିବା ଦୁଇବର୍ଷସରକାରୀ ନିଯୁକ୍ତି ବନ୍ଦ ନିଷ୍ପତିକୁ ଦୃଢବିରୋଧ କରିଛନ୍ତି କଳାହାଣ୍ଡି ଜିଲ୍ଲା ଯୁବକଂଗ୍ରେସ । ଏହି ପରିପ୍ରକ୍ଷୀରେ ଆଜି କଳାହାଣ୍ଡିଜିଲ୍ଲା ଯୁବକଂଗ୍ରେସ ପକ୍ଷରୁଜୁନାଗଡ ନିର୍ବାଚନ ମଣ୍ଡଳୀ ଯୁବକଂଗ୍ରେସ ସଭାପତି ସାଉଲମଙ୍ଗରାଜଙ୍କ ନେତୃତ୍ୱରେ ଜିଲ୍ଲାବିଭିନ୍ନ ଯାଗାରେ ସାମାଜିକ ଦୂରତାରକ୍ଷାକରି ଲୋକମାନଙ୍କ ଜୋତାସଫାକରି ପ୍ରତିବାଦ କରିଛି ଯୁବକଂଗ୍ରେସ । ରାଜ୍ୟରେବର୍ତ୍ତମାନ ବେକାରୀସମସ୍ୟା ହୁ ହୁ ହୋଇବଢି ·ଲିଥିବାବେଳେ ଓଡିଶା ବେକାରୀ ସମସ୍ୟାରେ ଏକ ନମ୍ବର । ଏଣୁରାଜ୍ୟ ନବିନ ସରକାରନେଇ ଥିବା ନିଷ୍ପତି ଅନୁସାରେ ଆଗାମୀ ଦୁଇବର୍ଷ ଯଦି ନିଯୁକ୍ତି ବନ୍ଦ ହୋଇ ଯାଏତାହେଲେ ରାଜ୍ୟରେ ବେକାରୀ ସମସ୍ୟାବଢି ପରିସ୍ଥିତି ଅସମ୍ଭାଲ ହୋଇ ପଡିବଏଣୁରାଜ୍ୟ ନବନୀସରକାରଏହା ନିଷ୍ପତିକୁ ପୁଣିଥରେ ବିଚାର କରି ଏହି ନିଷ୍ପତି ପ୍ରତିହାରକରିନେବାକୁଜୁନାଗଡ ନିର୍ବାଚନ ମଣ୍ଡଳୀ ଯୁବକଂଗ୍ରେସସଭାପତିଶ୍ରୀମଙ୍ଗରାଜକହିଛନ୍ତି । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୁବକଂଗ୍ରେସନେତା ଧର୍ମେନ୍ଦ୍ର ନାଏକ,ମୁର୍ମୁ ସାହୁ, ମୁଶିକଚନ୍ଦ୍ର ମଙ୍ଗରାଜ,ସଜିତମହାନନ୍ଦ ପ୍ରମୁଖଉପସ୍ଥିତ ଥିଲେ ।

Leave A Reply

Your email address will not be published.

18 − two =