ଭଦ୍ରକ: ସାମାନ୍ୟ ଘର ନିର୍ମାଣକୁ ନେଇ ଜଣେ ଗର୍ଭବତୀଙ୍କୁ ଏକାଧିକ ପୁରୁଷ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରି ବ୍ଳକର ବିରୋଳି ଶାସନରେ । ପୀଡିତା ଜଣଙ୍କ ଏ ନେଇ ଭଣ୍ଡାରିପୋଖରି ଥାନାରେ ଅଭିଯୋଗ କରିଛନ୍ତି । ପୀଡିତାଙ୍କ କହିବା ଅନୁସାରେ କିଛି ନୃଶଂସ ବ୍ୟକ୍ତି ତାଙ୍କୁ କାନ୍ଥରେ ଆଉଜେଇ ବେକରେ ବାଉଁଶ ଚାପି ରଖିବା ସହ ପେଟକୁ ଲଗାତାର ଗୋଇଠା ମାରିଛନ୍ତି । ଏପରିକି ତାଙ୍କ ମୁଣ୍ଡକୁ କାଠ ଫାଳିଆରେ ପିଟି ଫଟାଇ ଦେଇଛନ୍ତି । ପୀଡିତାଙ୍କ ଅଭିଯୋଗ ପରେ ପୋଲିସ୍ ଏହି ଘଟଣା ସହ ଜଡିତ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।