ଦଶରଥପୁରରେ ୨୫୦ ଡେଇଁଲା କରୋନା

ଦଶରଥପୁର: କରୋନାର ପ୍ରଭାବ ଜିଲ୍ଳାରେ ଥମିବାର ନାଁ ନେଉନାହିଁ । ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ସୁଦ୍ଧା ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୬ରେ ପହଂଚିଛି । ରବିବାର ନୂତନ ଭାବେ ଚିହ୍ନଟ ହୋଇଥିବା ୯୭ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ଜଣ ସରକାରୀ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ଅବଶିଷ୍ଟ ୧୭ ଘରୋଇ ସଂଗରୋଧରେ ଥିବାର ଜଣାପଡ଼ିଛି । ସେହିପରି ୯୭ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୩୪ ଜଣ ଦଶରଥପୁର ବ୍ଲକରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣ କୋଲକାତା ଫେରନ୍ତା ଥିବା ବେଳେ ମହାରାଷ୍ଟ୍ରରୁ ୫ଜଣ, ହରିଆନା, ଦିଲ୍ଳୀ ଓ ତେଲଙ୍ଗାନାରୁ ୩ ଜଣ ଏବଂ କର୍ଣ୍ଣାଟକରୁ ୪ ଫେରନ୍ତାଙ୍କୁ ମିଶାଇ ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫୩ରେ ପହଂଚିଛି । ଏପ୍ରିଲ ୨୦ ତାରିଖରେ ଦଶରଥପୁର ବ୍ଲକରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା । ସେହିପରି ଜୁନ୍ ମାସ ଶେଷ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ଶତକ ଅତିକ୍ରମ କରିଥିବା ବେଳେ ଅବଶିଷ୍ଟ କେଇଟା ଦିନରେ ବ୍ଲକରେ ସଂକ୍ରମିତଙ୍କ ସଂଖ୍ୟା ତ୍ରିଶତକ ଅଭିମୁଖେ ମାଡ଼ି ଚାଲିଛି । ମାତ୍ର ବାକି ୪୦ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇ ୨୫୩ରେ ପହଂଚିଛି । ପ୍ରଥମରୁ ଦଶରଥପୁର ବ୍ଲକର କଟିକଟା ପଂଚାୟତ ହଟସ୍ପଟ ଅଂଚଳ ଭାବେ ସମଗ୍ର ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ବର୍ତମାନ ଦଶରଥପୁର ବ୍ଲକ୍ ଜିଲ୍ଳା ତଥା ଓଡ଼ିଶାରେ ଚହଳ ସୃଷ୍ଟି କରିଛି ।

Leave A Reply

Your email address will not be published.

15 − 7 =