ଚିନ୍ତାରେ ପାକ୍

ନୂଆଦିଲ୍ଲୀ: ତୁର୍କୀ ସେନା ଦ୍ୱାରା ଜାରି ଏକ ରିପୋର୍ଟ ଯୋଗୁ ପାକିସ୍ତାନର ଚିନ୍ତା ବଢିଯାଇଛି । ପାକିସ୍ତାନ ନିକଟରେ ଆମେରିକା ଦ୍ୱାରା ନିର୍ମିତ ୭୦ଟି ଏଫ-୧୬ ଯୁଦ୍ଧବିମାନ ରହିଛି । ଯାହା ଦ୍ୱାରା ସେ ଯୁଦ୍ଧ ସମୟରେ ଭାରତକୁ ବଡ ଧରଣର ଝଟକା ଦେଇପାରିବ । କିନ୍ତୁ ତୁର୍କୀ ରିପୋର୍ଟ ଅନୁସାରେ , ଋଷ ଦ୍ୱାରା ନିର୍ମିତ ଏସ-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବହୁ ଦୂରରୁ ଏଫ-୧୬ ଯୁଦ୍ଧବିମାନଙ୍କୁ ଚିହ୍ନଟ କରିପାରୁଛି । ଏବଂ ଭାରତ ଏଭଳୀ ଶକ୍ତିଶାଳୀ ଏସ୍-୪୦୦ ଅସ୍ତ୍ରକୁ ଋଷ୍ ଠାରୁ କ୍ରୟ କରୁଛି । ଏହା ଏବେ ପାକିସ୍ତାନର ଚିନ୍ତା ବଢାଇଦେଇଛି । ତୁର୍କୀ ସେନା ବି ଋଷ ଠାରୁ ଏସ-୪୦୦ କ୍ରୟ କରିଛି । ଭାରତର ପ୍ରତିରକ୍ଷା ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ , ପାକିସ୍ତାନ ପୂର୍ବ ଭାଗରେ ଥିବା ସମସ୍ତ ବାୟୁସେନା ଘାଟି ଏହି ଅସ୍ତ୍ରର ରେଞ୍ଜ ଭିତରେ ଆସିଯିବ । ତେଣୁ ପାକିସ୍ତାନର କୈାଣସି ବିମାନ ଆକାଶକୁ ଉଠିବା ମାତ୍ରକେ ଭାରତର ଏସ-୪୦୦ ପ୍ରଣାଳୀରେ ଲାଗିଥିବା ରାଡାର ତାକୁ ଚିହ୍ନଟ କରିପାରିବ ଏବଂ ଯଥେଷ୍ଟ ଦୂରରୁ ନଷ୍ଟ କରିଦେଇପାରିବ ।

Leave A Reply

Your email address will not be published.

4 − three =