ରାୟଗଡା– ରାୟଗଡା ସହର ଓଏମପି ସ୍ଥିତ ସିଆରପିଏଫ ୪ର୍ଥ ବାଟାଲିୟନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ରିଜର୍ଭ ପୋଲିସ କ୍ୟାମ୍ପ ଏବଂ ତାହାର ଆଖ ପାଖ ଅଚଂଳରେ ସିଆରପିଏଫ ତରଫରୁ ୫୦୦ ବୃକ୍ଷରୋପଣ କରାଯାଇଥିଲା । ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସିଆରପିଏଫ କମାଣ୍ଡେଂଟ ୱାଇ.କେ.ରାଜପୁତ ମୁଖ୍ୟ ଅତିଥି ଭାବେ ଯୋଗଦଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଡିଏଫଓ ଅଶ୍ୱିନୀ କୁମାର କର ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସିଆରପିଏଫ ସେକେଣ୍ଡ ଇନ କମାଣ୍ଡେଂଟ ଏସ.କେ.ଠାକୁର, ମିତୁ ରୟ, ସହକାରୀ କମାଣ୍ଡେଟ ସନ୍ତୋଷ କୁମାର, ଅଶୋକ ପି.ଏମ ଯୋଗ ଦେଇଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀରାଜପୁତ କହିଥିଲେଯେ, ଦେଶର ସୁରକ୍ଷା ସହ ପରିବେଶର ସୁରକ୍ଷା ପାଇଁ ମଧ୍ୟ ସିଆରପିଏଫ ସଜାଗ ରହିଛି ଏବଂ ବୃକ୍ଷରୋପଣ ଦ୍ୱାରା ପରିବେଶ କିପରି ସୁରକ୍ଷିତ ରହୁଛି ସେ ନେଇ ଉପସ୍ଥିତ ଅଧିକାରୀ ଏବଂ ଜବାନ ମାନଙ୍କୁ କହିଥିଲେ । ଏଥି ବିଷମକଟକ, ଶେଷଖାଲ, କେ.ସିଙ୍ଗପୁର ତ୍ରିଲୋଚନପୁର ଏବଂ ବିଜେପୁର ସ୍ଥିତ ସିଆରପିଏଫ କ୍ୟାମ୍ପ ତରଫରୁ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସିଆରପିଏଫର ଲୋକ ସଂପର୍କ ଅଧିକାରୀ ସରୋଜ ମହାନ୍ତି ପରିଚାଳନା କରିଥିଲେ ।