ନୂଆଦିଲ୍ଲୀ- ନିଖୋଜ ହେବାର ୬ଦିନ ପରୋ ହଲିଉଡ୍ ଅଭିନେତ୍ରୀ ନାୟା ରିବେରାଙ୍କ ମୃ୍ତଦେହ କାର୍ଲିଫର୍ଣ୍ଣିଆର ପିରୁ ହ୍ରଦ ନିକଟରୁ ମିଳିଛି । ଜୁଲାଇ ୮ତାରିଖରେ ନାୟା ତାଙ୍କ ୪ବର୍ଷର ପୁଅକୁ ଧରି ସ୍ୱିମିଙ୍ଗ ଓ ବୋଟିଂ କରିବାକୁ ଯାଇ କେଉଁଆଡେ ନିଖୋଜ ହୋଇଯାଇଥିଲେ । ତେବେ ବୋଟ୍ରୁ କେବଳ ୪ବର୍ଷର ପୁଅକୁ ଉଦ୍ଧାର କରାଯାଇଥିଲା । ୬ଦିନ ଧରି ପୁଲିସ ଖୋଜାଖେଜି କରିବା ପରେ ମଙ୍ଗଳବାର ନାୟାଙ୍କ ମୃତଦେହ ହ୍ରଦ ନିକଟରୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ନାୟା ହ୍ରଦରେ ବୁଡି ଯାଇଥିବା ଆଶଙ୍କା କରାଯାଉଥିଲା । ତେବେ ପିରୁ ହ୍ରଦରେ ବୋଟିଂ କରିବା ପାଇଁ ସେ ଏକ ବୋଟ୍ ଭଡାରେ ନେଇଥିଲେ । ୩ଘଂଟା ପାଇଁ ସେ ବୋଟଟିକୁ ଭଡାରେ ନେଇଥିଲେ । ତାଙ୍କ ସହିତ ୪ବର୍ଷର ପୁଅ ରହିଥିଲା । ତେବେ ବୋଟଟି ଠିକ୍ ସମୟରେ କୂଳରେ ନଲାଗିବାରୁ କର୍ମଚାରୀଙ୍କର ସନ୍ଦେହ ହୋଇଥିଲା । ପରେ ନାୟାଙ୍କ ପୁଅ ହ୍ରଦ ନିକଟ ବୋଟରେ ଏକୁଟିଆ ଥିବା ଦେଖିବାକୁ ମିଳିଥିଲେ । କିନ୍ତୁ ରିବେରାଙ୍କର କୌଣସି ପତା ମିଳି ନଥିଲା ।ଅନ୍ୟପଟେ ଅଧିକାରୀଙ୍କ କହିବା ଅନୁସାରେ ନାୟା ତାଙ୍କ ପୁଅକୁ ଲାଇଫ ଗାର୍ଡ ପିନ୍ଧାଇଥିଲେ । ହେଲେ ନିଜେ ପିନ୍ଧି ନଥିଲେ । ତେଣୁ ସ୍ୱିମିଙ୍ଗ କରୁଥିବା ସମୟରେ ସେ ବୁଡି ଯାଇଥିବା ଅନୁମାନ କରାଯାଉଛି । ଶେଷଥର ପାଇଁ ଜୁଲାଇ ୭ତାରିଖରେ ନାୟା ରିବେରା ସୋସିଆଲ ମିଡିଆରେ ତାଙ୍କ ପୁଅ ସହିତ ଥିବାର ଏକ ଫଟୋ ପୋଷ୍ଟ କରିଥିଲେ , ଯେଉଁଥିରେ ଲେଖିଥିଲେ ‘କେବଳ ଆମେ ଦୁଇଜଣ’.. । ସୁଚନାଯୋଗ୍ୟ, ୨୦୧୪ରେ ନାୟା ରିବେରା ରିଆନ୍ ଡୋରଜେଙ୍କୁ ବିବାହ କରିଥିଲେ । ହେଲେ ୨୦୧୮ରେ ଦୁହେଁ ଅଲଗା ହୋଇଯାଇଥିଲେ । ମୁ୍ୟଜିକାଲ ସିରିଜ ‘ଏକ୍ଷରର’ ମାଧ୍ୟମରେ ନାୟା ଲୋକପ୍ରିୟ ହୋଇଥିଲେ । ତାଙ୍କ ମୃତୁ୍ୟ ଖବର ଶୁଣିବା ପରେ ହଲିଉଡ୍ ରେ ଶେକର ଛାୟା ଖେଳିଯାଇଛି ।